www.samajalive.in
Sunday, December 14, 2025
26.1 C
Bhubaneswar

ବଡଭାଇର କୁରାଢ଼ୀ ଚୋଟରେ ସାନଭାଇ ମୃତ୍ୟୁ ଅଭିଯୋଗ

ଠାକୁରମୁଣ୍ଡା : ବଡଭାଇର କୁରାଢ଼ୀ ଚୋଟରେ ସାନଭାଇ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।  । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା । ଏପରି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସରାଷପୋଷୀ ଗାଁରେ । ଆଜି ଦିନ ୧୧ ଘଟିକା ସମୟରେ ଗ୍ରାମର ଲକ୍ଷ୍ମୀଧର ନାଏକ (୫୦) ଗ୍ରାମର ଏକ ଦୋକାନ ସମ୍ମୁଖରେ ଜିନିଷ କିଣାକିଣି କରୁଥିବା ସମୟରେ ସମ୍ପର୍କୀୟ ଭାଇ କୃଷ୍ଣ ନାଏକ ପଛ ପଟୁ ଆସି ଏକ କୁରାଢ଼ୀରେ ହାଣି ହତ୍ୟା କରିଛି । ମୃତକ ଜଣକ ହେଉଛନ୍ତି ଲକ୍ଷ୍ମୀଧର ନାଏକ (୫୦ ) ବୋଲି ଜଣା ପଡ଼ିଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ପ୍ର।ଥାମିକ ତଦନ୍ତରୁ ଏହା ପାରିବାରିକ କଳହ ଯୋଗୁଁ ହତ୍ୟା ହୋଇଥିଲେ ମଧ୍ୟ ହତ୍ୟା କରି କୃଷ୍ଣ ଘଟଣାସ୍ଥଳରୁ ଫେରାର ଥିବାରୁ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିନି । ତେବେ ଠାକୁରମୁଣ୍ଡା ପୁଲିସ କେଶ ନଂ ୧୨୨/୨୦୨୧ ମାମଲା ରୁଜ୍ଜୁ କରି ଘଟଣାସ୍ଥଳକୁ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୁଲିସ ଅଧିକ ତଦନ୍ତ କରୁଛି  ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories