www.samajalive.in
Saturday, December 6, 2025
19.1 C
Bhubaneswar

କୋଭିଡ ମହାମାରୀରେ ସୃଷ୍ଟି ହୋଇଛି ୮ ନିୟୁତ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ନ୍ୟୁୟର୍କ: କୋଭିଡ ମହାମାରୀ ସାରା ବିଶ୍ୱରେ ବିପୁଳ ଧନ ଜୀବନ କ୍ଷତି ଘଟାଇବା ସହିତ ସାରା ବିଶ୍ୱର ପରିବେଶ ପାଇଁ ଗୁରୁତର ବିପଦର କାରଣ ହେବାକୁ ଯାଉଛି । କୋଭିଡ ପ୍ରତିଷେଧକ ଏବଂ ଏହାର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀରୁ ଏପର୍ଯ୍ୟନ୍ତ ପ୍ରାୟ ୮ ନିୟୁତ ଟନ୍‍ ପରିମାଣର ବର୍ଜ୍ୟବସ୍ତୁ ବାହାରିଥିବା ଏକ ପ୍ରାଥମିକ ଆକଳନରୁ ଜଣାଯାଇଛି । ଏଗୁଡିକ ମୁଖ୍ୟତଃ ପ୍ଲାଷ୍ଟିକ ବର୍ଜ୍ୟ, ଯାହା ପରିବେଶ ପାଇଁ ଗୁରୁତର ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । କୋଭିଡ ମହାମାରୀ ସମୟରେ ବିଭିନ୍ନ ଡାକ୍ତରଖାନାରୁ କୋଟି କୋଟି ସଂଖ୍ୟାରେ ପିପିଇ କିଟ୍‍, ପ୍ଲାଷ୍ଟିକ ମୁଣା, ହାତରେ ପିନ୍ଧା ଯାଉଥିବା ଗ୍ଲୋବ୍ସ, ମୁହଁରେ ପିନ୍ଧା ଯାଉଥିବା ମାସ୍କ, ମୁଣ୍ଡ ଆଚ୍ଛାଦନ କରୁଥିବା ଟୋପି, ଇଞ୍ଜେକସନ ସିରିଞ୍ଜ, ସାଲାଇନ ବୋତଲ, ଔଷଧ ଜରି ଆଦି ଏହି ପ୍ଲାଷ୍ଟିକ ବର୍ଜ୍ୟରେ ସାମିଲ । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ବର୍ଜ୍ୟବସ୍ତୁ ମଧ୍ୟରୁ ମୁଖ୍ୟଭାଗ ଏବେ ବିଭିନ୍ନ ସମୁଦ୍ର ବେଳାଭୂମି ଏବଂ ନଦୀତଟ ଅଞ୍ଚଳଗୁଡିକରେ ପଡିରହିଛି ।
ପ୍ଲାଷ୍ଟିକ ଆମ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟିର କାରଣ ହେଉଥିବାରୁ ଏହାର ବ୍ୟବହାର କମ କରିବାକୁ ବିଶ୍ୱସ୍ତରରେ ପ୍ରୟାସ କରାଯାଉଛି । ଏହା ମୃତ୍ତିକା ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହିତ ଜଳଜୀବଙ୍କ ପାଇଁ ପ୍ରାଣଘାତି ହୋଇଛି । ତେବେ କୋଭିଡ ମହାମାରୀ ବ୍ୟାପିବା ପରଠାରୁ ଥରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ଚାହିଦା ଆଶାତୀତ ଭାବରେ ବୃଦ୍ଧିପାଇଛି । ଅନୁରୂପ ଭାବରେ ଏଥିରୁ ବିପୁଳ ପରିମାଣର ବର୍ଜ୍ୟ ସୃଷ୍ଟି ହେଉଛି, ଯେଉଁ ସମସ୍ୟା ଏବେ ନିୟନ୍ତ୍ରଣ ବାହାରେ । ନିକଟରେ ବ୍ରାଜିଲର ବୈଜ୍ଞାନିକମାନେ ଏକ ମୃତ ପେଙ୍ଗୁଇନର ପାକସ୍ଥଳିରୁ ଏକ ସୁରକ୍ଷା ପ୍ରଦାନକାରୀ ମାସ୍କକୁ ବାହାର କରିଛନ୍ତି । ସେହିଭଳି ଅନ୍ୟ କେତେକ ଜଳଜୀବଙ୍କ ପେଟ ଭିତରୁ ଡାକ୍ତରୀ ଗ୍ଲୋବ୍ସ ବାହାର କରାଯାଇଛି । ଏକ ହିସାବରୁ ଜଣାଯାଇଛି ଯେ ୨୦୨୦ରେ କେବଳ ୧.୫୬ ନିୟୁତ ସଂଖ୍ୟକ ମୁହଁରେ ବନ୍ଧାଯାଉଥିବା ମାସ୍କ ସମୁଦ୍ର ତଳରେ ମିଶିଛି । ଏହା ଆଗକୁ ଗୁରୁତର ବିପଦର କାରଣ ହେବାକୁ ଯାଉଛି । ୨୦୩୦ ସୁଦ୍ଧା ସମୁଦ୍ର ଓ ଅନ୍ୟ ଜଳଭାଗରେ ପ୍ଲାଷ୍ଟିକ ପ୍ରଦୂଷଣ ଦୁଇଗୁଣ ହେବାନେଇ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ପରିବେଶବିତମାନେ ଆକଳନ କରିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories