www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟସ୍ତରୀୟ ୪ର୍ଥ ପେନଚାକ ସିଲାଟ ପ୍ରତିଯୋଗିତା ; ନବରଙ୍ଗପୁର ଜିତିଲା ୧୮ ପଦକ

ନବରଙ୍ଗପୁର :   ନବରଙ୍ଗପୁର ଜିଲ୍ଲାର ଖେଳାଳି ମାନେ ୪ର୍ଥ ରାଜ୍ୟସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତାରେ ୧୮ ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ବରଗଡ଼ ଜିଲ୍ଲାରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ୧୫ ଟି ଜିଲ୍ଲା ରୁ ୩୦୦ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୭ଟି ସ୍ଵର୍ଣ୍ଣ , ୭ଟି ରୋପ୍ୟ ଓ ୪ କାଂସ୍ୟ ପଦକ ସହ ମୋଟ ୧୮ ଗୋଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ପ୍ରତିଯୋଗିତାରେ ତେଜେଶ୍ୱନି ପୂଜାରୀ ୨ଟି ସ୍ୱର୍ଣ୍ଣ, ଅଂଶୁମାନ ବେହେରା, ରିତିକ ହରିଜନ, ଋଷିକେଶ ହରିଜନ ଧନୁର୍ଜୟ ପାଣ୍ଡି ଓ ଗୋପାଳ ଦଣ୍ଡସେନା ପ୍ରମୁଖ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆଶୁତୋଷ ପୂଜାରୀ, ଶୁଭମ୍ ପୁରୀ ୨ଟି ଲେଖାଏଁ ରୋପ୍ୟ ପଦକ ହାସଲ କରିଥିବା ବେଳେ ଡିମ୍ପଲ୍ ପାତ୍ର, ଅଙ୍କିତ ବେହେରା ଓ ହିମାଂଶୁ ପଟ୍ଟନାୟକ ଗୋଟିଏ ଲେଖାଏଁ ରୋପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଆଦିତ୍ୟ ସାମନ୍ତରାୟ ୨ଟି କାଂସ୍ୟ ପଦକ ହାସଲ କରିଥିବା ବେଳେ ଆରୀୟନ ବିଷୋୟୀ ଓ ହିମାଂଶୁ ପଟ୍ଟନାୟକ ଗୋଟିଏ ଲେଖାଏଁ କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ନବରଙ୍ଗପୁର ଜିଲ୍ଲା ପେନଚାକ ସିଲାଟର ପ୍ରଶିକ୍ଷକ ହରିଶ ବେହେରା, ଡମୁ ପୂଜାରୀ ଓ ରାଜୀବ ପୂଜାରୀଙ୍କ ଚେଷ୍ଟା ଓ ଉଦ୍ୟମରେ ଖେଳାଳି ମାନେ ଏହି ସଫଳତା ହାସଲ କରିଥିବା ଖେଳାଳିଙ୍କ ଅଭିଭାବକ ମାନେ କହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories