www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ବାୟୋଟେକର କୋଭାକ୍ସିନକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ

ସିଡନି: ଭାରତର ସ୍ୱଦେଶୀ କୋଭିଡ-୧୯ ପ୍ରତିଷେଧକ ଟିକା ଭାରତ ବାୟୋଟେକର କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାର ସ୍ୱୀକୃତି ଦେଇଛନ୍ତି । ଏହାଦ୍ୱାରା ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ବଡ ସଫଳତା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେବାକୁ ଅଧିକ ତଥ୍ୟ ମଗାଯାଇଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ ଏହି ଉଦ୍ୟମକୁ ଆଉ ପାଦେ ଆଗେଇ ନେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକ ବସି କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନଦେବା ପ୍ରକ୍ରିୟାକୁ ଆଉ କିଛିକାଳ ଘୁଞ୍ଚାଇ ଦିଆଯାଇ ତାହା ଉପରେ ଚୂଡାନ୍ତ ଆପଦକାଳୀନ ଫାଇଦା ପରୀକ୍ଷଣ ନିମନ୍ତେ ଅଧିକ ବୈଷୟିକ ତଥ୍ୟ ମଗାଯାଇଛି । କୋଭାକ୍ସିନର ଚୂଡାନ୍ତ ଆକଳନ ପାଇଁ ନଭେମ୍ବର ୩ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକ ବସିବ । ହାଇଦରାବାଦସ୍ଥିତ ବୃହତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସହିତ ମିଳିତ ଭାବରେ ଏହି ଟିକା ବିକଶିତ କରିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଫାଇଜର / ବାୟୋଏନଟେକର ଯିକା, ଆଷ୍ଟ୍ରାଜେନେକା / ଅକ୍ସଫୋର୍ଡର ଦୁଇଟି ଟିକା ଜନସନ ଆଣ୍ଡ ଜନସନ ଦ୍ୱାରା ପ୍ରସ୍ତୁତ ଏଡି୨୬.ସିଓଭି୨.ଏସ ଟିକା, ଚୀନର ସିନୋଫାର୍ମ ଟିକାକୁ ସ୍ୱୀକୃତି ଦେଇସାରିଛି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories