www.samajalive.in
Saturday, December 13, 2025
21.1 C
Bhubaneswar

ସ୍ୱାମୀ ବ୍ୟାଙ୍କ କିସ୍ତି ପରିଶୋଧରେ ବିଫଳ ହେବାରୁ ତାଙ୍କ ପତ୍ନୀଙ୍କୁ ହତ୍ୟାକଲେ ବ୍ୟାଙ୍କ କର୍ମଚାରୀ

ନବି ମୁମ୍ବଇ: ବ୍ୟାଙ୍କରୁ ଆଣିଥିବା ବ୍ୟକ୍ତିଗତ ଋଣ ବାବଦ ମାସିକ କିସ୍ତି ପରିଶୋଧ କରିବାରେ ଜଣେ ବ୍ୟକ୍ତି ବିଫଳ ହେବାପରେ ବ୍ୟାଙ୍କ କର୍ମଚାରୀମାନେ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ତାହାକୁ ଆତ୍ମହତ୍ୟା ରୂପ ଦେବାଭଳି ଏକ ସାଂଘାତିକ ଘଟଣା ସର୍ବସମ୍ମୁଖକୁ ଆସିଛି । ମହାରାଷ୍ଟ୍ରର ନବି ମୁମ୍ବଇ ଅଞ୍ଚଳରେ ଏହି ଘଟଣା ଘଟିଛି । ୩୬ ବର୍ଷ ବୟସ୍କା ଉକ୍ତ ମହିଳାଙ୍କ ସ୍ୱାମୀ ବ୍ୟାଙ୍କର ମାସିକ କିସ୍ତି ପୈଠ କରିବାରେ ବିଫଳ ହୋଇଥିଲେ । ଏହାପରେ ବ୍ୟାଙ୍କ କର୍ମଚାରୀ ମହିଳା ଜଣକୁ ଡକାଇ ତାଙ୍କଠାରୁ ବଳପୂର୍ବକ ଏକ ଆତ୍ମହତ୍ୟାର ସ୍ୱୀକାରୋକ୍ତି ଲେଖାଇ ନେଇ ତାଙ୍କୁ ହତ୍ୟା କରିଥିଳେ । ନବି ମୁମ୍ବଇର ରାବାଲେ ପୁଲିସ ଉକ୍ତ ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀଙ୍କ ନାମ ସମାଧାନ ଲାଣ୍ଡଭେ ବୋଲି ଚିହ୍ନଟ କରିଛନ୍ତି, ଯାହାଙ୍କ ବୟସ ୩୮ ବର୍ଷ ।
ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳାଙ୍କ ନାମ ଶୀତଲ ନିକମ । ସନ୍ଦେହ କରାଯାଉଛି ଯେ ଏହି ମହିଳା ଏବଂ ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ ସମାଧାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା । ଲାଣ୍ଡଭେ ତାଙ୍କ ନିଜ ନାମରେ ବ୍ୟକ୍ତିଗତ ଋଣ ନେଇ ସେଥିରୁ ୬.୫ ଲକ୍ଷ ଟଙ୍କା ଶୀତଲଙ୍କ ସ୍ୱାମୀଙ୍କୁ ଦେଇଥିଲେ । ମହାମାରୀ ଜନିତ ଆର୍ଥିକ ସଙ୍କଟ କାରଣରୁ ଶୀତଲଙ୍କ ସ୍ୱାମୀ ଲାଣ୍ଡଭେଙ୍କ ଠାରୁ ନେଇଥିବା ଋଣ ବାବଦ ମାସିକ କିସ୍ତି ଦେବାରେ ବିଫଳ ହୋଇଥିଲେ । ଏହି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଲାଣ୍ଡଭେ ଅକ୍ଟୋବର ୨୧ ତାରିଖରେ ଯେତେବେଳେ ଶୀତଲଙ୍କ ଘରକୁ ଯାଇ ତାଙ୍କୁ କହିଲେ ଯେ ଋଣ ଅର୍ଥ ପରିଶୋଧନ କରାଯାଉନଥିବାରୁ ସେ ନିଜେ ମଧ୍ୟ ଚାପରେ ରହିଛନ୍ତି ସେତେବେଳେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଲାଣ୍ଡଭେ ରାଗିଯାଇ କହିଥିଲେ ଟଙ୍କା ଦିଅ, ନହେଲେ ମର । ‘ହଁ ମୁଁ ମରିବି’ ବୋଲି ଶୀତଲ କହିବା ପରେ ଲାଣ୍ଡଭେ ତାଙ୍କୁ ଆତ୍ମହତ୍ୟାର ସ୍ୱୀକାରୋକ୍ତି ଲେଖିବାକୁ କହିଥିଲେ । ଶୀତଲ ଲେଖିସାରିବା ପରେ ଲାଣ୍ଡଭେ ତାଙ୍କ ତଣ୍ଟିକୁ ଶାଢୀରେ ଚିପିଧରି ହତ୍ୟା କରିଥିଲେ । ତାହାପରେ ଶୀତଲଙ୍କ ମୃତଦେହକୁ ସେ ସିଲିଂ ପଙ୍ଖାରେ ଟାଙ୍ଗିବାର ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ଏହାପରେ ଲାଣ୍ଡଭେ ସେଠାରୁ ଚାଲିଯାଇଥିଲେ । ପୁଲିସ ଇତିମଧ୍ୟରେ ଲାଣ୍ଡଭେଙ୍କୁ ଗିରଫ କରିଥିବାବେଳେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories