www.samajalive.in
Wednesday, December 10, 2025
23.1 C
Bhubaneswar

‘ଫସାଇଥିଲେ କ୍ରୁଜ ଜାହାଜ ସୁରକ୍ଷା କର୍ମୀ’; ମୁମ୍ବାଇ ଜାହାଜରେ ନିଶା ସେବନ ମାମଲା

ରାଉରକେଲା : ମୁମ୍ବାଇ ଜାହାଜରେ ଆୟୋଜିତ ରେଭ୍‌ ପାର୍ଟି ଓ ସେଠାରେ ନିଶା ସେବନ ଅଭିଯୋଗରେ ଗିରଫ ହୋଇଥିବା ମନୀଷ ରାଜଗରିଆ ଜାମିନ ପାଇ ରାଉରକେଲା ଫେରି ଆସିିଛନ୍ତିି। ମନୀଷ ଦୁଇ ଦିନ ତଳେ ଜାମିନ ଆଧାରରେ କାରାଗାରରୁ ଖଲାସ ହୋଇଥିଲେ। ଘରେ ପହଞ୍ଚିବା ପରେ ପରିବାରରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ତେବେ ‘ସେ କୌଣସି ନିଶା ସେବନ କରି ନଥିଲେ କି ପାଖରେ ସେଭଳି କୌଣସି ନିଶା ଦ୍ରବ୍ୟ ରଖିନଥିଲେ। ତାଙ୍କୁ କ୍ରୁଜ ଜାହାଜରେ ସୁରକ୍ଷା କର୍ମୀ ଫସାଇ ଦେଇଥିଲେ’ ବୋଲି ମନୀଷ କହୁଛନ୍ତି। ଅଦାଲତରୁ ଜାମିନ ପାଇ ମନୀଷ ମୁମ୍ବାଇ କାରାଗାରରୁ ବାହାରି ଥିଲେ। ଆଜି ସକାଳେ ସେ ରାଉରକେଲାରେ ପହଞ୍ଚି ଥିଲେ। ଘରେ ପହଞ୍ଚିବା ଖବର ପାଇ ଜଣାଶୁଣା ଏବଂ ଶୁଭେଚ୍ଛୁମାନଙ୍କ ଭିଡ଼ ହୋଇଥିଲା। ପରେ ପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କ ଘରେ ପହଞ୍ଚିଥିଲେ। ମନୀଷ ସମସ୍ତ ଘଟଣା ଗଣମାଧ୍ୟମ ସମ୍ମୁଖରେ ବଖାଣି ଥିଲେ। ସେ କହିଲେ ଯେ, କୋଭିଡ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଘରେ ରହି ଯାଇଥିଲେ। କୌଣସି ଜାଗାକୁ ବୁଲାବୁଲି କରିବାକୁ ସେ ଯାଇ ପାରିନଥିଲେ। ପରିବାର ଲୋକଙ୍କ ଅନୁମତି ନେଇ ଗତ ୧ ତାରିଖରେ ୭ ଜଣ ସାଙ୍ଗ ମୁମ୍ବାଇରେ ପହଞ୍ଚି ଥିଲେ। ପୂର୍ବରୁ କ୍ରୁଜ ଜାହାଜରେ କୋଠରୀ ସଂରକ୍ଷଣ (ରୁମ୍‌ ବୁକିଂ) କରାଯାଇଥିଲା। ଏ ବାବଦରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨ ତାରିଖରେ ସେମାନେ ଜାହାଜରେ ଚଢ଼ିଥିଲେ। ମାତ୍ର ଜାହାଜରେ ବୁକିଂ ହୋଇଥିବା କୋଠରୀଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଅପରିଷ୍କାର ପରିବେଶ ସହିତ ସୁବିଧା ସୁଯୋଗ ମିଳିନଥିଲା। ଏହାକୁ ବିରୋଧ କରି ଆମ ସାଙ୍ଗସାଥୀମାନଙ୍କ ସହ କ୍ରୁଜ ଜାହାଜର ଶ୍ରୀ ପାଟିଲ ନାମକ ଜଣେ ସୁରକ୍ଷାକର୍ମୀଙ୍କ ଝଗଡ଼ା ହୋଇଥିଲା। ଏପରିକିି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏସବୁ ପରେ କ୍ରୁଜ ଜାହାଜର କର୍ମଚାରୀ କ୍ଷୁବ୍ଧ ହୋଇଥିଲେ। ଦୁର୍ଭାଗ୍ୟକୁ ଆର୍ଯ୍ୟନ୍‌ ଖାଁ ଓ ତାଙ୍କ ବନ୍ଧୁମାନେ ଆୟୋଜନ କରିଥିବା ରେଭ୍‌ ପାର୍ଟିରେ ଏନ୍‌ସିବି ଚଢ଼ଉ କରିଥିଲା। କ୍ରୁଜ ଜାହାଜ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଆମ୍ଭମାନଙ୍କୁ ଏନ୍‌ସିବି ହାତରେ ଧରାଇ ଦେଇଥିଲେ। ଏନ୍‌ସିବି କର୍ତ୍ତୃପକ୍ଷ ଆମ୍ଭମାନଙ୍କୁ ଧରି ନେଇଥିଲେ। ମୋର ମୋବାଇଲ କଲ୍‌ ରେକର୍ଡ଼, ହ୍ୱାଟସ୍‌ଆପ୍‌ ଓ ବ୍ୟାଙ୍କ ଖାତା ଯାଞ୍ଚ କରିଥିଲେ। ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ଏନ୍‌ସିବି ଆମଠାରୁ ପାଇ ନଥିଲା। କ୍ରୁଜ୍‌ ଜାହାଜ କର୍ମଚାରୀ ଏନ୍‌ସିବିକୁ ଗଞ୍ଜେଇ ଧରେଇ ଦେଇଥିଲେ। ଏନ୍‌ସିବି ଏହି କଥା ଅଦାଲତଙ୍କୁ ମଧ୍ୟ ଜଣାଇଛି। ଅଦାଲତ ହୃଦୟଙ୍ଗମ କରିବା ପରେ ଜାମିନ ଦେଇଥିବା ମନୀଷ କହିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories