www.samajalive.in
Thursday, December 11, 2025
13.1 C
Bhubaneswar

ଟିକ୍ରି ଓ ଘାଜିପୁରରୁ ଅବରୋଧ ଫାଟକ ହଟାଇଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ତିନିଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିବା ଟିକ୍ରି ଓ ଘାଜିପୁର ସୀମାରୁ ଦିଲ୍ଲୀ ପୁଲିସ ଅବରୋଧ ଫାଟକ ହଟାଇବା ଆରମ୍ଭ କରିଛି । ସମସ୍ତ ରାସ୍ତା ପ୍ରତିରୋଧ ହଟିବା ପରେ ଉକ୍ତ ରାସ୍ତାକୁ ଉନ୍ମୁକ୍ତ କରିଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ପକ୍ଷରୁ ଜେସିବି ମେସିନ ସହାୟତାରେ ସେଠାରେ ରଖାଯାଇଥିବା କଂକ୍ରିଟ ଅବରୋଧ ଏବଂ ଲୁହା ଅବରୋଧ ଫାଟକକୁ ହଟାଯାଉଛି । ସିଂଘୁ ସୀମାରୁ ମଧ୍ୟ ଅନୁରୂପ ଭାବରେ ଅବରୋଧ ହଟାଯିବ । ଟିକ୍ରି ଓ ଘାଜିପୁରରେ ଅବରୋଧ ହଟାଯିବା ସମୟରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ କହିଛନ୍ତି, ଦୀର୍ଘଦିନ ଧରି ସେଠାରେ ଅବରୋଧ ରହିବା ଦ୍ୱାରା ଜନସାଧାରଣଙ୍କ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ସମସ୍ତ ଅବରୋଧ ହଟାଯିବା ପରେ ଉକ୍ତ ରାସ୍ତାକୁ ଖୋଲି ଦିଆଯିବ । ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ରାସ୍ତା ଅବରୋଧ ସେମାନଙ୍କ ବିକ୍ଷୋଭର ଅଂଶବିଶେଷ ନୁହେଁ । ସେ ଆଉ ମଧ୍ୟ କହିଛନ୍ତି ଯେ ସେମାନଙ୍କ ଟ୍ରାକ୍ଟର ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବ ଏବଂ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସଂସଦକୁ ଯିବେ । କୃଷକମାନେ ଦେଶର ଯେକୌଣସି ସ୍ଥାନରେ ସେମାନଙ୍କ କୃଷି ଉତ୍ପାଦ ବିକ୍ରି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାରୁ ଏହି ରାସ୍ତା ଖୋଲିବା ପରେ ସେମାନେ ନିଜ ସାମଗ୍ରୀ ଧରି ସଂସଦରେ ପହଞ୍ଚିବ ବୋଲି ଟିକାୟତ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories