ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ: ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ ସମୟାନ୍ତର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଝିଅ ଐଶ୍ୱର୍ଯ୍ୟା ତାଙ୍କ ସହ ଡାକ୍ତରଖାନାରେ ଥିବା ଜଣାପଡ଼ିଛି। ଏହା ନିୟମିତ ବ୍ୟବଧାନରେ କରାଯାଉଥିବା ହେଲ୍‌ଥ ଚେକ୍‌ଅପ୍‌ ବୋଲି ଜଣାପଡ଼ିଛି।

prayash

ସୂଚନାଯୋଗ୍ୟ, ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ରଜନୀକାନ୍ତ ତାଙ୍କ ପରାମର୍ଶଦାତା ତଥା ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ କେ ବାଲାଚନ୍ଦରଙ୍କ ସମେତ ଅନେକ ଲୋକଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଥିଲେ।

 

kalyan agarbati

Comments are closed.