www.samajalive.in
Wednesday, December 10, 2025
18.1 C
Bhubaneswar

ମମିତା ମେହେର ହତ୍ୟା ଘଟଣା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବୀରେ ବିଜେପି ଯୁବ ମୋର୍ଚ୍ଚାର ଏସପି ଅଫିସ ଘେରାଉ

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣା’ର ସତ୍ୟତା ପାଇଁ ସିବିଆଇ ତଦନ୍ତ କରାଯିବା ଦାବିରେ ଆଜି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ’ରେ ଥିବା ରାଣୀପେଣ୍ଠ ସ୍ଥିତ ଏସପି କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ବିଜେପି ଯୁବମୋର୍ଚ୍ଚା ସମେତ ବିଜେପିର ବିଭିନ୍ନ ଶାଖାର ନେତା ଓ କର୍ମୀମାନେ ଏସପି କାର୍ଯ୍ୟାଳୟ ଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ।

- Advertisement -

ଆୟୋଜିତ ବିକ୍ଷୋଭ ସଭାରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ: ନାରାୟଣ ରାଓଙ୍କ ସମେତ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ଗଜପତି ଜିଲ୍ଲା ପ୍ରଭାରୀ ରାଧା ମାଧବ ପରିଡା, ବିଜେପି ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ, ଉପସଭାପତି ଜଗନ୍ନାଥ ମହାପାତ୍ର ଓ ମହିଳା ମୋର୍ଚ୍ଚା ସମ୍ପାଦିକା ଅରୁଣୀମା ସାହୁ ପ୍ରମୁଖ ଉଦବୋଧନ ଦେଇ ଥିଲେ। ସେମାନେ ଅଭିଯୋଗ କରି କହିଥିଲେ ଯେ ଓଡ଼ିଶାରେ ବହୁଦିନ ହେଲାଣି ଦୁଷ୍କର୍ମ, ହତ୍ୟା, ନିର୍ଯ୍ୟାତନା ଓ ଅପହରଣ ପ୍ରଭୃତି ଘଟଣା ବଢିଚାଲିଛି। ଏମିତିକି ଡବଲ ମର୍ଡର, ଅପହରଣ, ଏସିଏଫଓ ହତ୍ୟା, ସମବାୟ ସଂସ୍ଥା ଋଣ ଠକେଇ ପ୍ରଭୃତି ଘଟଣାରେ ମନ୍ତ୍ରୀମାନେ ସମ୍ପୃକ୍ତ ଅଛନ୍ତି। ଏଥିରେ ସମ୍ପୃକ୍ତ ସମସ୍ତ ଦୁର୍ନୀତିଖୋର ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଆଗାମୀ ଦିନରେ ଏସବୁ ଦୁର୍ନୀତି ସଂଗଠନ ନ ହେବାପାଇଁ ଆଜି ବିଜେପି ଆନ୍ଦୋଳନ ଚଳାଇଛି।

ତେଣୁ ଆଜି ବିଜେପି ଯୁବମୋର୍ଚ୍ଚା ଦାବି କରୁଛି ଯେ, ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣାର ସତ୍ୟତା ପାଇଁ ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାରେ ଯଦି କୋଣସି ନ୍ୟାୟ ନ ମିଳେ, ତେବେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଥିଲେ। ଶେଷରେ ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଏସଡିପିଓ ଶ୍ରୀ ରାମକୃଷ୍ଣ ପତି ଓ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପୁଲିସ ବାହିନୀ ମୁତୟନ ଥିଲେ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories