www.samajalive.in
Saturday, December 13, 2025
26.1 C
Bhubaneswar

ଆଇନ ସେବା ସଚେତନତା ଶିବିର

ଚୌଦ୍ୱାର : କଟକ ଜିଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଚୌଦ୍ୱରରେ ଏକ ଆଇନ୍ ସେବା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ପୁର୍ତ୍ତ ଡାକବଙ୍ଗଳାରେ ଆଇନଜୀବୀ ବିପିନ୍ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଓ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଗରିବ, ଅସହାୟ, ବରିଷ୍ଠ ନାଗରିକ, ଅତ୍ୟାଚାର ପୀଡ଼ିତ ମହିଳା ଓ ଶିଶୁ ମାନଙ୍କୁ ମାଗଣା ଆଇନ୍ ସେବା କିପରି ଭାବେ ଉପଲବ୍ଧ ହୋଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଶିବିରାର୍ଥି ମାନଙ୍କୁ ସଚେତନ କରାଇଥିଲେ। ପୀଡ଼ିତ ମାନଙ୍କୁ ଆଇନ୍ ସେବା ପ୍ରଧିକରଣ ତରଫରୁ ନିଶୁଳ୍କ ଆଇନ୍ ସେବା ପ୍ରଦାନ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାନ୍ତ ଦାସ, ସମାଜସେବୀ ବିଶ୍ୱନାଥ ମହାନ୍ତି, ରବିନ୍ଦ୍ର ଦଳାଇ, ଯୁବନେତା ଅର୍ଜୁନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଧିକରଣର ସାମଜିକ କର୍ମୀ କଲ୍ୟାଣୀ ସାହାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବପ୍ରଭାତ ଆଞ୍ଚଳିକ ମହାସଂଘର ସଦସ୍ୟାବୃନ୍ଦ, ଆଶାକର୍ମୀ, ସ୍ୱଚ୍ଛସାଥି ଓ ବହୁସଂଖ୍ୟକ ସ୍ଥାନୀୟ ମହିଳା ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories