www.samajalive.in
Sunday, December 14, 2025
26.1 C
Bhubaneswar

୧୯ମାସ ପରେ ସ୍କୁଲକୁ ଆସିଲେ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ, ପ୍ରଥମ ଦିନରେ ପିପିଲି ବ୍ଲକରେ ୭୨ ପ୍ରତିଶତ ଉପସ୍ଥାନ

ପିପିଲି:ଦୀର୍ଘ ୧୯ମାସ ପରେ ସୋମବାର ଠାରୁ ଶ୍ରେଣୀଗୃହରେ (ଅଫ୍‍ଲାଇନ)ରେ ଅଷ୍ଟମଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‍ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରଥମ ଦିନରେ ଆଜି ପିପିଲି ବ୍ଲକରେ ୭୨ ପ୍ରତିଶତ ଉପସ୍ଥାନ ରହିଥିବା ସୂଚନା ମିଳିଛି। ପିପିଲି ବ୍ଲକର ମୋଟ ୫୬ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ସୋମବାର ପ୍ରଥମ ଦିନରେ ୧୨୪୩ ଜଣ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଉପସ୍ଥିତ ଥିବା ସଂପର୍କରେ ପିପିଲି ବ୍ଳକ ଶିକ୍ଷାଧିକାରୀ ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ ସୂଚନା ଦେଇଛନ୍ତି।
କରୋନା ମହାମାରୀ ଯୋଗୁଁ ୨୦୧୯ ମସିହା ମାର୍ଚ୍ଚ ୧୩ ତାରିଖରେ ଶ୍ରେଣୀଗୃହ ଶିକ୍ଷାଦାନକୁ ବାତିଲ କରାଯାଇଥିଲା। ଗତବର୍ଷ କ୍ଲାସକୁ ନଯାଇ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିଲେ। କରୋନା ସ୍ଥିତିରେ ସୁଧାର ଆସିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ଠାରୁ ଅଷ୍ଟମ ଶ୍ରେଣୀର ଶ୍ରେଣୀଗୃହରେ (ଅଫ୍‍ଲାଇନ)ରେ ପାଠପଢା ଆରମ୍ଭ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାଇ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ଠାରୁ ସ୍କୁଲ ଆସିବା ଆରମ୍ଭ କରିଛନ୍ତି। ଦୀର୍ଘ ୧୯ମାସ ପରେ ବିଦ୍ୟାଳୟକୁ ଆସିବାକୁ ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପିପିଲି ମିଶନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୫୮ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିବା ବେଳେ ଜବାହର ବିଦ୍ୟାପୀଠରେ ୮୬ ଛାତ୍ରଛାତ୍ରୀଙ୍କ ମଧ୍ୟ ୫୫ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିବା ସୂଚନା ମିଳିଛି। ସକାଳ ୯ଟା ଠାରୁ ଅପରାହ୍ନ ସାଢେ୧୨ଟା ପର୍ଯ୍ୟନ୍ତ ଶ୍ରେଣୀ ଚାଲିଥିବା ବେଳେ ଶ୍ରେଣୀଗୃହକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ, ମାସ୍କ ପରିଧାନ ଓ ହାତକୁ ବିଶୋଧନ କରାଯାଇଥିଲା।

ପ୍ରଥମ ଦିନରେ ପାଠପଢା ହୋଇନଥିବା ବେଳେ ପିଲାଙ୍କ ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ କୋଭିଡ ସମୟରେ ଘରେ ରହି ପାଠ ପଢିବାର ଅନୁଭୂତିକୁ ସେମାନେ ପ୍ରକାଶ କରିଥିଲେ। ତର୍କ, ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ସହ ଆମୋଦ ପ୍ରମୋଦ ମଧ୍ୟରେ ଆଜି ପ୍ରଥମ ଦିନଟିକୁ ଛାତ୍ରଛାତ୍ରୀମାନେ ଶ୍ରେଣୀରେ କାଟିଥିଲେ। ଛାତ୍ରଛାତ୍ରୀମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରଥମ ଦୁଇଦିନ କୌଣସି ପାଠପଢା ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୂର୍ବରୁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ସ୍କଲ ଆସିବା ପାଇଁ କାହାକୁ ବାଧ୍ୟତାମୂଳକ କରାଯିବ ନାହିଁ। ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନଚେତ ଅନଲାଇନରେ ପାଠ ପଢିବେ ବୋଲି ଜଣାପଡିଛି। ପାଠପଢା ସାଙ୍ଗକୁ କୋଭିଡ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେଥିପ୍ରତି ମଧ୍ୟ ସତର୍କ ଦୃଷ୍ଟି ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories