ସୋମବାର ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ବର: ଓଡିଶା ବିଧାନସଭାକୁ ବାଚସ୍ପତି ଦୁଇଦିନ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶୁକ୍ରବାରରେ ବିଧାନସଭା ଦୁଇ ଥର ମୁଲତବୀ ଘୋଷଣା କରାଯାଇଥିଲା । ଗୃହ ଆରମ୍ଭ ହେବା ମାତ୍ର ହଟ୍ଟଗୋଳ ହେବାରୁ  ବାଚସ୍ପତି ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ଓ ପରେ ଅପରାହ୍ନରେ ମଧ୍ୟ ଗୃହରେ ସମାନ ସ୍ଥିତି ଲାଗି ରହିଥିଲା। ଫଳରେ ବାଚସ୍ପତି ଦୁଇ ଦିନ ପାଇଁ ଅର୍ଥାତ୍ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ବିଧାନସଭା ଆରମ୍ଭରୁ ହିଁ ଗୃହରେ ଅଚଳବସ୍ଥା ଦେଖିବାକୁ ମିଳିଥିଲା । ତୈଳ ଦର ବୃଦ୍ଧିକୁ ନେଇ ଶାସକ ଦଳ କର୍ମୀମାନେ ବାହାରେ ପ୍ରତିବାଦ ଚଳାଇଥିବା ବେଳେ ଗୃହରେ ମଧ୍ୟ ହୋହାଲ୍ଲା କରିଥିଲେ। । ସେହିପରି ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ କଂଗ୍ରେସ କର୍ମମାନେ ହଟ୍ଟଗୋଳ କରିଥିଲେ ।

Leave A Reply