www.samajalive.in
Thursday, December 11, 2025
16.1 C
Bhubaneswar

ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କର ଆଜି ଜନ୍ମଦିନ

ୱାଶିଂଟନ ଡିସି: ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କର ଆଜି ଜନ୍ମଦିନ । ଆମେରିକା ଇତିହାସରେ ସେ ପ୍ରଥମ ଦକ୍ଷିଣ ଏସୀୟ, କୃଷ୍ଣକାୟ ଏବଂ ମହିଳା ଭାବରେ ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ୧୯୬୪ ଅକ୍ଟୋବର ୨୦ ତାରିଖରେ ଜନ୍ମିତ କମଳା କହିଛନ୍ତି, ସେ ଆମେରିକାର ଉପରାଷ୍ଟ୍ରପତି ଭାବରେ ହୁଏତ ପ୍ରଥମ ମହିଳା ହୋଇପାରନ୍ତି, କିନ୍ତୁ ଶେଷ ନୁହନ୍ତି । ପ୍ରବାସୀ ଭାରତୀୟ ସ୍ୱାସ୍ଥ୍ୟ ଗବେଷିକା ଡା.ଶ୍ୟାମଳା ଗୋପାଳନ ଏବଂ ଜାମାଇକା ଜନ୍ମିତ ଡୋନାଲ୍ଡ ହାରିସଙ୍କ କନ୍ୟା କମଳା ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାପରେ ଜଣେ ସୁପରିଚିତ ଚେହେରା ପାଲଟି ଯାଇଛନ୍ତି ।
ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସମ୍ପର୍କିତ କିଛି ରୋଚକ ତଥ୍ୟ ଏଠାରେ ଉପସ୍ଥାପନା କରୁଛୁ । ପଦ୍ମଫୁଲ ଏବଂ ହିନ୍ଦୁ ଦେବୀ ଲକ୍ଷ୍ମୀଙ୍କ ନାମାନୁସାରେ ତାଙ୍କ ନାମ କମଳା ରଖାଯାଇଥିଲା । ସେ ଏକ କୃଷ୍ଣକାୟ ବାପଟିଷ୍ଟ ଚର୍ଚ୍ଚ ଏବଂ ହିନ୍ଦୁ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଥିଲେ । ନିଜ ଆତ୍ମଜୀବନୀରେ କମଳା ଲେଖିଛନ୍ତି ଯେ ତାଙ୍କ ମା’ ଭଲଭାବରେ ବୁଝିଥିଲେ ଯେ ସେ ଦୁଇଟି କୃଷ୍ଣକାୟ ଝିଅଙ୍କର ଲାଳନ ପାଳନ କରୁଛନ୍ତି । କମଳା ୨୦୧୪ରେ ଲସଏଞ୍ଜେଲସରେ ଜଣେ କର୍ପୋରେଟ ଆଇନଜୀବୀ ଡାଉଗ ଏମହୋଫଙ୍କୁ ବିବାହ କରିଥିଲେ । ହାରିସ ତିନିଟି ପୁସ୍ତକ ରଚନା କରିଛନ୍ତି । ସେଗୁଡିକ ହେଉଛି ଏ କ୍ୟାରିୟର ପ୍ରସିକ୍ୟୁଟରସ ପ୍ଲାନ ଟୁ ମେକ ଅସ୍‍ ସେଫର, ଦି ଟ୍ରୁଥସ ୱି ହୋଲ୍ଡ, ଆନ୍‍ ଆମେରିକାନ ଜର୍ଣ୍ଣି ଏବଂ ସୁପରହିରୋଜ ଆର ଏଭ୍ରିହୋୟାର । ରୋଷେଇବାସ କରିବାକୁ ଭଲ ପାଉଥିବା ହାରିସ ନିୟମିତ ଭାବରେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡିଥାନ୍ତି ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories