www.samajalive.in
Wednesday, December 10, 2025
16.1 C
Bhubaneswar

ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ଜଙ୍ଗଲି ହାତୀ ଉପଦ୍ରବ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଚମ୍ପାଦେଇ ପଞ୍ଚାୟତ ସାନ ଜାମକିହେଜୁ ଗାଁରେ। ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀପଲ ସାନ ଜାମକିହେଜୁ ଗାଁକୁ ଆସିଥିଲେ । ହାତୀର ଗର୍ଜନ ଶୁଣି ଗାଁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ହାତୀପଲ ପ୍ରଥମେ ଗାଁର ଉଦ୍ଧବ ହରିଜନଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରର ବାସନ କୁସନ ଓ ଖାଦ୍ୟଶସ୍ୟ ମଧ୍ୟ ନଷ୍ଟ କରିଦେଇଛନ୍ତି ।

ସେଭଳି ଗାଁର ବେଣୁଧର ମାଝୀର ଘରକୁ ମଧ୍ୟ ହାତୀପଲ ଭାଙ୍ଗି ଦେଇଥିବା ଜଣାପଡିଛି । ଏହା ପରେ ଗ୍ରାମର ୫ ରୁ ଅଧିକ ଲୋକଙ୍କ ପ୍ରାୟ ୧୦ ଏକର ଧାନ, ମକା ଫସଲ ନଷ୍ଟ କରିଥିବା ଜଣା ପଡ଼ିଛି। ଗତ ରାତିରେ ଖବର ପାଇ ବନ ବିଭାଗ ପକ୍ଷରୁ ଗାଁକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ହାତୀ ଘଉଡ଼ାଇ ଥିବା ଜଣା ପଡ଼ିଛି। ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଏହି ଜଙ୍ଗଲି ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ଗାଁ ମୁହା ହେଉଥିବା ହାତୀପଲ ଉପରେ ନଜର ରଖିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯିବା ପରେ ଉଦ୍ଧବ ହରିଜନ ଓ ବେଣୁଧର ମାଝୀ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛନ୍ତି । ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଘଟଣା ସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଅଲୋଚନା କରିଥିବା ଜଣାପଡିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories