www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ପାଇଁ ସ୍ୱଦେଶୀ ସହିତ ୧୦% ବିଦେଶୀ କୋଇଲା ମିଶାଇ ବ୍ୟବହାର କର -ତାପଜ ଶକ୍ତି ପ୍ରକଳ୍ପଗୁଡିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ କୋଇଲା ଅଭାବ ପରିସ୍ଥିତି କାରଣରୁ ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟଗୁଡିକ ସେମାନଙ୍କ ବଳକା ଶକ୍ତିକୁ ଏକ୍ସଚେଞ୍ଜରେ ଅଧିକ ମୂଲ୍ୟରେ ବିକ୍ରି ନକରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । ଏଥିସହିତ ଶକ୍ତି ପ୍ରକଳ୍ପଗୁଡିକୁ ଯେଭଳି ଅଧିକ ପରିମାଣରେ କୋଇଲା ଯୋଗାଇ ଦିଆଯିବ, ସେଥିପାଇଁ କୋଇଲା ଓ ଶକ୍ତି ମନ୍ତ୍ରଣାଳୟ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତାହାସହିତ ଶକ୍ତି ଉତ୍ପାଦନ ପାଇଁ କେବଳ ଘରୋଇ କୋଇଲା ବ୍ୟବହାର କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ମଧ୍ୟ ସଂଶୋଧନ କରିଛନ୍ତି । ସ୍ୱଦେଶୀ କୋଇଲା ସହିତ ୧୦% ଆମଦାନୀ କୋଇଲାକୁ ଶକ୍ତି ପ୍ରକଳ୍ପରେ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ନିମନ୍ତେ ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହିତ ଶକ୍ତି କେନ୍ଦ୍ରଗୁଡିକୁ ଅଧିକ କୋଇଲା ଯୋଗାଣ ନିମନ୍ତେ ସରକାର ବିକଳ୍ପ ଚିନ୍ତା କରୁଥିବା କହିଛନ୍ତି ।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଦେଶବ୍ୟାପୀ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲା ଯୋଗାଣ ସ୍ଥିତିର ସମୀକ୍ଷା କରାଯାଇଥିଲା । ଏଥିରେ କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଚିବ ଯୋଗଦେଇ ଶକ୍ତି ପ୍ରକଳ୍ପଗୁଡିକୁ କୋଇଲା ଯୋଗାଣ ପରିମାଣ ଦୈନିକ ବ୍ୟବହାରଠାରୁ ଅଧିକ ରହିଥିବା କହିଥିଲେ । ତଥାପି ଶକ୍ତି କେନ୍ଦ୍ରଗୁଡିକରେ କୋଇଲା ମହଜୁଦ ସ୍ଥିତିରେ ଉନ୍ନତି ଆଣି ଶକ୍ତି ସଙ୍କଟ ପରିସ୍ଥିତି ଦୂର କରିବାକୁ ଉପାୟ ଅବଲମ୍ବନ କରିବାକୁ ସଂପୃକ୍ତ ମନ୍ତ୍ରଣାଳୟଗୁଡିକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ କୋଲ ଇଣ୍ଡିଆର ଖଣିଗୁଡିକରେ ସଂପ୍ରତି ୪୦ ନିୟୁତ ଟନ କୋଇଲା ସଂପ୍ରତି ମହଜୁଦ ରହିଛି ।
କେତେକ ରାଜ୍ୟରେ କୋଇଲା ଅଭାବରୁ ଶକ୍ତି ପ୍ରକଳ୍ପଗୁଡିକ ବନ୍ଦ ହୋଇଯିବା ଏବଂ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହେବାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସମାଧାନ ଉଦ୍ୟମ ଆରମ୍ଭ ହୋଇଛି । କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଦେଶରେ ଆର୍ଥିକ କାର୍ଯ୍ୟକଳାପ ପୂର୍ବ ସ୍ଥିତିକୁ ଫେରୁଥିବାରୁ ଶକ୍ତି ଚାହିଦା ବୃଦ୍ଧିପାଇବାରେ ଲାଗିଛି । ଅନ୍ୟପକ୍ଷରେ କୋଭିଡ ମହାମାରୀ, ଲଗାଣ ବର୍ଷା, ଲୋକଶକ୍ତିର ଅଭାବ ଆଦି କାରଣରୁ କୋଇଲା ଉତ୍ପାଦନ ହ୍ରାସ ପାଇଥିଲା । ସେଥିରେ ସଂପ୍ରତି ସୁଧାର ଆସିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories