www.samajalive.in
Saturday, December 13, 2025
26.1 C
Bhubaneswar

କୁଇ ସମାଜ ସେବା ସମିତି କନ୍ଧମାଳ ଶାଖାର ବାର୍ଷିକ ଅଧିବେଶନ, ନିର୍ବାଚିତ ହେଲେ ନୂତନ କର୍ମକର୍ତ୍ତା

ଫୁଲବାଣୀ: ଆଜି କୁଇ ସମାଜ ସେବା ସମିତି କନ୍ଧମାଳ ଶାଖାର ଫିରିଙ୍ଗିଆରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମୁକୁନ୍ଦ କହଁର, ଉପସଭାପତି ପୁରନ୍ଦର କହଁର, ସମ୍ପାଦକ ଆଶିଶ କୁମାର କହଁର, ଯୁଗ୍ମ ସମ୍ପାଦକ ବୁନା କହଁର ଓ କୋଷାଧ୍ୟକ୍ଷ ଭାବେ ଶଙ୍କର କହଁର ନିର୍ବାଚିତ ହୋଇଥିଲେ। ନବନିର୍ବାଚିତ ନୂତନ କର୍ମକର୍ତ୍ତାମାନେ ନିଜ ଜାତି ସମାଜକୁ, ଶିକ୍ଷା, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଗେଇ ନେବା ସହିତ କୁଇ ସମାଜକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ସଭ୍ୟ ବଲମା କହଁର, ଦିନବନ୍ଧୁ କହଁର, କଣ୍ଠେଶ୍ୱର କହଁର ଓ ଦିନାରସିଂହ କହଁର ନବନିର୍ବାଚିତ ପ୍ରତିନିଧିଙ୍କୁ ଶପଥପାଠ କରାଇଥିଲେ।

କୁଇ ସମାଜ ସେବା ସମିତି କନ୍ଧମାଳ ଶାଖାର ଫିରିଙ୍ଗିଆରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ପୂର୍ବ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯିବା ପାଇଁ ଆଲୋଚନା ହୋଇଥିଲା। କୁଇ ସମାଜର ମୁଖ୍ୟ ସଚେତକ ତଥା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁଗୁନି କହଁର ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories