www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୭ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ୱର: ଆଜି ପ୍ଲାଏଉଡ୍ ଓ ଗ୍ଲାସ୍ ଟ୍ରେଡର୍ସ ଆସୋସିଏନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡିଶା ବ୍ଲଡ ବ୍ୟାଙ୍କର ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି ଶିବିରରୁ କ୍ୟାପିଟାଲ୍ ହସ୍ପିଟାଲର ୪୭ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଏଥିରେ ଆସୋସିଏସନର କର୍ମଚାରୀ ଓ ଅନ୍ୟାନ୍ୟ ସଭ୍ୟମାନେ ଯୋଗ ଦେବା ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।  ଏହି ରକ୍ତଦାନ ଶିବିରକୁ ଡାକ୍ତର ଦେବାଶିଷ ମିଶ୍ର ଉଦଘାଟନ କରିଥିଲେ।

 

- Advertisement -

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସଭାପତି ଗଜାନନ୍ଦ ଅଗ୍ରୱାଲ୍, ସମ୍ପାଦକ ଧିରେନ୍ଦ୍ର ପରିଡା, ଉପ ସଭାପତି ରାଜେଶ ଧିରାନି, କୋଷାଧ୍ୟକ୍ଷ ସଂଜୟ ଗଲୋଚାଙ୍କ ସମେତ ସଂଜୟ ଅଗ୍ରୱାଲ୍ , ଆଦିତ୍ୟ ତୁଲସ୍ୟାନ୍, କମଲ ଅସୋପା, କୈଳାସ ଅଗ୍ରୱାଲ୍ , ରମେଶ ନରୁଲା, ସୁଶାଲ ଅଗ୍ରୱାଲ୍ , ସୋମ ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ସହ କିଛି ଉପହାର ପ୍ରଦାନ କରାଯାଇଥିଲା। ଏଠାରେ ପ୍ରକାଶ ଥାଉକି, ପ୍ଲାଏଉଡ୍ ଓ ଗ୍ଲାସ୍ ଟ୍ରେଡର୍ସ ଆସୋସିଏନ୍ ପ୍ରତିବର୍ଷ ଏହିଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ କରିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories