www.samajalive.in
Sunday, December 14, 2025
23.1 C
Bhubaneswar

ପାର୍ବଣକାଳୀନ ଖର୍ଚ୍ଚ ଉପରେ ଅଧିକ ସଞ୍ଚୟ ସୁଯୋଗ

ଜୟପୁର: ଚଳିତ ପାର୍ବଣ ଋତୁରେ ଜନସାଧାରଣ ଯେତେ ଅଧିକ ଖର୍ଚ୍ଚ କରିବେ, ସେତେ ଅଧିକ ସଞ୍ଚୟ ସୁଯୋଗ ସେମାନଙ୍କୁ ମିଳିବ । ଭାରତର ସର୍ବବୃହତ କ୍ଷୁଦ୍ର ଅର୍ଥଲଗାଣ ବ୍ୟାଙ୍କ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଦେଶବ୍ୟାପୀ ତାହାର ଗ୍ରାହକଙ୍କ ପାଇଁ ଏଭଳି ଏକ ସୁଯୋଗ ଆଣିବା ସହିତ ବୃହତ ପାର୍ବଣକାଳୀନ ଅଫର ଘୋଷଣା କରିଛି । ଏୟୁ ସପିଙ୍ଗ ଧମାକା ଅଫର ୨୦୨୧ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଛି ଏବଂ ୨୦୨୧ ନଭେମ୍ବର ୭ ତାରିଖରେ ଶେଷହେବ । ୫୦୦ରୁ ଅଧିକ ବ୍ରାଣ୍ଡ୍‍ରେ ଅଫର ଆଣିଥିବା ଏୟୁ ବ୍ୟାଙ୍କ ନିଜର ଏୟୁ ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଉପରେ ରିହାତି ଏବଂ କ୍ୟାସବ୍ୟାକ୍‍ ଦେବାକୁ ସପିଙ୍ଗ, ଇଲେକଟ୍ରୋନିକ୍ସ, ଭ୍ରମଣ, ଭୋଜନ, ଆରୋଗ୍ୟ ଆଦି ବହୁବିଧ ଶ୍ରେଣୀରେ ଅଗ୍ରଣୀ ବ୍ରାଣ୍ଡ୍‍ଗୁଡିକ ସହିତ ସହଭାଗିତା କରିଛି । ଏହି ଅଫରଗୁଡିକ ଆମାଜନ, ମିନ୍ତ୍ରା, ୟାତ୍ରା, ମେକ୍‍ମାଇଁଟ୍ରିପ, ଜିଓମାର୍ଟ, ଡୋମିନୋସ, ଓଲା, ବିଗ୍‍ବାସ୍କେଟ, ଓପ୍ପୋ, ରିଅଲମି, କ୍ରୋମା, ଇଜିଡିନର ଆଦି ସହିତ ୭୦୦ରୁ ଅଧିକ ଅତୀବ ସ୍ଥାନୀୟ ବ୍ୟବସାୟସ୍ଥଳ ସହିତ ବୁଝାମଣା ଆଧାରରେ ଉପଲବ୍ଧ ହେଉଛି । ମାସେବ୍ୟାପୀ ଚାଲିବାକୁ ଥିବା ଏହି ସପିଙ୍ଗ ଉତ୍ସବରେ ସ୍ୱର୍ଣ୍ଣ ଋଣ ଉପରେ ୧୦୦ ପ୍ରତିଶତ ପ୍ରୋସେସିଂ ଦେୟ ଛାଡ କୃଷି ଋଣ ଉପରେ ପ୍ରୋସେସିଂ ଦେୟ ୦.୨୦%, ସୁରକ୍ଷିତ ବ୍ୟବସାୟ ଋଣ କ୍ଷେତ୍ରରେ ୦.୫୦% ଏବଂ ଗାଡି ଋଣ ଉପରେ ୫୦% ଛାଡ ଭଳି ସୀମିତ ଅବଧିର ସୁବିଧା ସୁଯୋଗ ରହିଛି । ଏଥିସହିତ କାର ଏବଂ ଗୃହ ଋଣ ଉପରେ ଆକର୍ଷଣୀୟ ସୁଧହାର ସହିତ ଏହି ପାର୍ବଣକାଳୀନ ଅଫର ଆସିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories