www.samajalive.in
Saturday, December 13, 2025
26.1 C
Bhubaneswar

ପଂଚାୟତ ରାଜନୀତି ହେଲା ସରଗରମ : ଗିରିସୋଲାରେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା

ଚିକିଟି : ପଞ୍ଚାୟତ ସଂରକ୍ଷଣ ତାଲିକା ପ୍ରକାଶ ହେବା ପରେ ଚିକିଟି ବ୍ଲକ ରାଜନୀତି ପାଣି ପାଗ ଉଷୁମ ହୋଇ ଉଠିଛି । ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଚିକିଟି ବ୍ଲକର ବିଜେଡି ଦୁର୍ଗ କୁହାଯାଉଥିବା ଗିରିସୋଲାରେ କର୍ମୀ ଯୋଗାଡ଼ କରିବା ଏବଂ ବାଜା ବାଜେଣି ଗ୍ରାମ ପରିକ୍ରମା କରିବା ଘଟଣା ଚିକିଟି ରାଜନୀତିକୁ ସରଗରମ କରିଛି। ଆଜି ଅପରାହ୍ନରେ ଜ଼ିଲ୍ଲା ସଭାପତି ରମେଶ ଜେନା ଏକ ବାଇକ ରାଲିରେ ଗିରିସୋଲାରେ ପହଞ୍ଚିଥିଲେ । ତାଙ୍କୁ ପାଛୋଟି ନେବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିଥିବା ଏକ ଯୁବ ଗୋଷ୍ଠୀ ରମେଶ ଜେନାଙ୍କୁ ଗାଁ ମୁଣ୍ଡରେ ସମ୍ବର୍ଦ୍ଧନା ଜଣାଇ ଗିରିସୋଲାର ବଡ଼ ସାହି ସମେତ ଗ୍ରାମ ପରିକ୍ରମା କରାଇବା ପରେ ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରାରେ ପହଞ୍ଚି ମାଆ ଙ୍କ ପାଖରେ ପୂଜା ଅର୍ଚନା ସହ ଦର୍ଶନ କରିଥିଲେ। ଶେଷରେ ଏକ ସଭା ମଞ୍ଚରେ ଉପସ୍ଥିତ ରହି ଗ୍ରାମର ଯୁବଗୋଷ୍ଠିଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଜାଗ ରହିବାର କୌଶଳ ପ୍ରଦାନ କରିଥିଲେ। ଜ଼ିଲ୍ଲା ସଭାପତି ରମେଶ ଜେନାଙ୍କ ଏହି ଗସ୍ତ ସମୟ ରେ ଚିକିଟି ବ୍ଲକ କଂଗ୍ରେସ ସଭାପତି କ୍ଷମା ସାଗର ମହାରଣା ସମେତ ଗିରିସୋଲାର ରାମା ରାଓ, ଡ଼ ଜଗା ରାଓ, ଗୋପୀ ସନ୍ତୋଷ, ହରିଶ, ନୀଳାଦ୍ରି, ସୁମିତ, ରବି, ଏବଂ ପାତ୍ର ପୁର ବ୍ଲକର ବିଜେଡିରୁ କଂଗ୍ରେସରେ ଯୋଗ ଦେଇଥିବା ସମସ୍ତ କର୍ମୀ ଯୋଗ ଦେଇଥିଲେ l

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories