www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଆ ଭାଷା ଏବଂ ରାଜ୍ୟ ର ସୀମା ସୁରକ୍ଷାପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ପଡୋଶୀ ରାଜ୍ୟ ଝାଡଖଣ୍ଡ ରେ ରାଜ୍ୟ ସରାକାର ଓଡିଆ ଭାଷାକୁ ଉଚ୍ଛେଦ କରିବା ପାଇଁ କରିଥିବା ଘୋଷଣା ରେଙ୍ଗାଲି ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ହସ୍ତକ୍ଷେପ କରି ଓଡିଆ ଭାଷା ର ସୁରକ୍ଷା ସହିତ ରାଜ୍ୟ ର ସୀମା ସୁରକ୍ଷା କରନ୍ତୁ ବୋଲି ଆଜି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରାଯାଇଛି। ଓଡିଶା ର ବହୁ ଓଡିଆ ଭାଷାଭାଷି ଲୋକ ପଡୋଶୀ ବିଚ୍ଛିନ୍ନାଞ୍ଚଳ ରାଜ୍ୟମାନଙ୍କରେ ଦୀର୍ଘବର୍ଷ ହେଲା ବସବାସ କରୁଛନ୍ତି।ବିଗତ ଦିନ ରେ ପଡୋଶୀ ରାଜ୍ୟ ଝାଡଖଣ୍ଡ ସରକାର ଓଡିଆ ଭାଷା କୁ ଦ୍ୱିତୀୟ ସରକାରୀ ଭାଷା ର ମାନ୍ୟତା ଦେଇଥିଲେ। କିନ୍ତୁ କ୍ଷୋଭ ର ବିଷୟ ଯେ ଝାଡଖଣ୍ଡସରକାର ଗତ କିଛି ଦିନ ତଳେ ତାଙ୍କ ରାଜ୍ୟ ରେ ଓଡିଆ ଭାଷା ର ସାରକାରୀ ମାନ୍ୟତା କୁ ରଦ୍ଦ କରି ସ୍କୁଲ ମାନଙ୍କ ରେ ଓଡିଆ ଭାଷା ପାଠ ପଢା ମଧ୍ୟ ଉଚ୍ଛେଦ କରି ଦେଇଛନ୍ତି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ଆମ ଭାଷା ଏବଂ ସଂସ୍କୃତି ପ୍ରତି ଚରମ ଅପମାନ। । ଏହାଦ୍ୱାରା ଝାଡଖଣ୍ଡ ରାଜ୍ୟ ର ୧୦ ଟି ଜିଲ୍ଳା ରେ ବସବାସ କରୁଥିବା ଶତକଡା୩୦ ଭାଗ ଓଡିଆ ଭାଷାଭାଷୀ ଲୋକ ନିଜ ମାତୃଭାଷା ଶିକ୍ଷା ରୁ ବଞ୍ଚିତ ହେବେ ବୋଲି ରେଙ୍ଗାଲି ର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି।

 

- Advertisement -

ଝାଡଖଣ୍ଡ ସରକାର ଏଭଳି ପଦକ୍ଷେପ ସମ୍ପୂର୍ଣ ଅସମ୍ବିଧାନିକ ଅଟେ। ମୌଳିକ ଅଧିକାର କୁ ଅବରୋଧ କରି ଝାଡଖଣ୍ଡ ସରକାର ଓଡିଆ ଭାଷା ,ସଂସ୍କୃତି ପ୍ରତି କୁଠାରଘାତ କରିଛନ୍ତି ବୋଲି ସଙ୍ଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଡୋଶୀ ରାଜ୍ୟ ସରକାର ଆମ ରାଜ୍ୟ କୁ ଅନାଧିକାର ଅନୁପ୍ରବେଶ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ରୁ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପଡୋଶୀ ରାଜ୍ୟ ରେ ଓଡିଆ ଭାଷା ର ସୁରକ୍ଷା , ସାମ୍ବିଧାନିକ ସ୍ୱିକୃତି କୁ ସୁବ୍ୟବସ୍ଥିତ କରିବା ସହିତ ଓଡିଶା ରାଜ୍ୟ ଭିତର କୁ ପଡୋଶୀ ରାଜ୍ୟ ର ଅନାଧିକାର ପ୍ରବେଶ କୁ ରୋକିବା ଦିଗ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଆଜି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ରେଙ୍ଗାଲି ତହସିଲଦାର ଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ଙ୍କ ସ୍ୱାକ୍ଷରିତ ଦାବୀପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଝାଡ ବରିଷ୍ଠନାଗରିକ ପରିଷଦ ର ସଭାପତି ବସନ୍ତକୁମାର ନାୟକ, ଉପ-ସଭାପତି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ,ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ଶଶିଭୂଷଣ ସାହୁ,ବିନୋଦବିହାରୀ ନନ୍ଦ, କିଶୋର ସାହୁ,ଚତୁର୍ଭୁଜ ଝାଙ୍କର ,ବିନୋଦବିହାରୀ ନନ୍ଦ,ରାଜାରାମ ମାହାଣା ସ୍ୱାଧିନ ଏକତା ସଙ୍ଗଠନ ର ସଭାପତି ରାଜୀବକୁମାର ମିଶ୍ର, ଶ୍ରୀପତି ଷଣ୍ଢ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories