www.samajalive.in
Saturday, December 13, 2025
26.1 C
Bhubaneswar

୫ଦଫା ଦାବୀ ନେଇ ଚାଷୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ଚଳିତ ଖରିଫ ଋତୁରେ ଅନାବୃଷ୍ଟି ଯୋଗୁଁ ରେଙ୍ଗାଲି ବ୍ଳକ୍ ର କତରବଗା ଗ୍ରାମପଞ୍ଚାୟତ ରେ ଭୟାବହ ମରୁଡି ପରିସ୍ଥିତି ସୃଷ୍ଟି ିହୋଇ ଧାନ ଚାଷ ବହୁତ କ୍ଷତିଗ୍ରସ୍ତ ହୋଇଛି। ଫଳ ରେ ଚାଷୀ ନାହିଁ ନଥିବା କ୍ଷତି ର ସମ୍ମ୍ୁଖିନ ହେବାକୁ ଯାଉଛନ୍ତି। ଏହି ଅଞ୍ଚଳ ରେ ଥିବା ମେଗା ଉଠା ଜଳ ସେଚନ ପ୍ରକଳ୍ପ ର ଗୁରୁତର ଅବ୍ୟବସ୍ଥା ଯୋଗୁଁ ଏହାର ସୂଫଳ ପାଇବାରୁ ଚାଷୀ ବଞ୍ଚିତ ହେଉଛନ୍ତି ବୋଲି କତରବଗା ପଞ୍ଚାୟତ ଅଞ୍ଚଳ ର ଚାଷୀ ଅଭିଯୋଗ କରି କତରବଗା ପଞ୍ଚାୟତକୁ ମରୁଡି ଅଞ୍ଚଳ ଘୋଷଣା କରାଯିବା ସହିତ ୫ଦଫା ଦାବୀ ପୂରଣ କରିବା ନେଇ ଆଜି ଗଡପଟିଏନ୍ କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ସ୍ଥାନିୟ ଜଗନ୍ନାଥ ମନ୍ଦିର ମଣ୍ଡପ ରୁ ଚାଷୀ ମାନେ ଏକ ଶୋଭାଯାତ୍ରା ରେ ବାହାରି କତରବଗା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷ୍ିମନ୍ତ୍ରୀ ଏବଂ ରାଜସ୍ୱମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଥିଲେ।

 

- Advertisement -

କତରବଗା ଗ୍ରାମ ପଞ୍ଚାୟତ ଅଞ୍ଚଳ କୁ ମରୁଡି ଅଞ୍ଚଳ ଘୋଷଣା କରାଯିବା ଦାବୀ ବ୍ୟତୀତ ଫସଲ ବୀମା କ୍ଷତି ପୂôଣ ପ୍ରଦାନ,ବିଗତ ବର୍ଷ ଏବଂ ଚଳିତ ବର୍ଷ ର କୃଷି ଋଣ ଛାଡ,କରାଯିବା। କତରବଗା ପଞ୍ଚାୟତ ଅଞ୍ଚଳ ରେ କରାଯାଇଥିବା ମେଗା ଜଳସେଚନ ପ୍ରକଳ୍ପ ର ଜଳ ଯୋଗାଣ ରେ ଗୁରୁତର ଅବ୍ୟବସ୍ଥା ଯୋଗୁଁ ଚାଷ ଜମି ରେ ପାଣି ମାଡି ପାରୁବାହିଁ । ଫଳ ରେ ଚାଷୀ ଏହାର ସୁଫଳ ରୁ ବଞ୍ଚିତ ହେଉଥିବାରୁ ଜଳ ନିର୍ଗମନ ସ୍ଥାନ ର ପୁନଃନିର୍ଦ୍ଧାରଣ କରାଯାଇ ଚାଷ ଜମି କୁ ଜଳ ଯୋଗାଣ ର ସୁବ୍ୟବସ୍ଥିତ କରାଯାଉ। ପ୍ରଚଳିତ ଟୋକନ୍ ବ୍ୟବସ୍ଥା ଦ୍ୱାରା ଧାନ ବିକ୍ରି ସମୟ ରେ ଚାଷୀ ବହୁତବ ଅସୁବିଧାର ସମ୍ମୁଖୀନ ହୋଇଅଭାବୀ ବିକ୍ରି ର ସମ୍ମୁଖୀନ ହେଉଛନ୍ତି । ଏଣୁ ଟୋକନ ବ୍ୟବସ୍ଥା ଉଚ୍ଛେଦ କରାଯାଉ ବୋଲି ଚାଷୀ ମାନେ ଦାବୀ କରିଛନ୍ତି। ଆଜି ର ଏହି ଆନ୍ଦୋଳନ ରେ ଗଡପଟିଏନ୍ କୃଷକ ସଙ୍ଗଠନ ର ସଭାପତି ଲକ୍ଷ୍ମଣ ଖମାରି, ଉପ-ସଭାପତି ନୃପଲାଲ ବିଶ୍ୱାଲ, ସମ୍ପାଦକ ହେମନ୍ତ ଦାସ. ସହ-ସମ୍ପାଦକ ମନୋଜ ସାହ. କୋଷାଧ୍ୟକ୍ଷ ରାଜାରମ ନାଥ, ଚାଷୀନେତା ସରୋଜ ପୂଜାରୀ ନେତୃତ୍ୱ ନେଇଥୂଲେ। କତରବଗା ,ଗୋଳାମାଲ,ପଧାନପାଲି, ବ୍ରାହ୍ମଣୀପାଲି, ଠୋରୋପାଲି,ଲାଉମାଲ,କଦଳିପିଟା, ନୁଆତିଲିଙ୍ଗିକେମ୍ପ ଆଦି ବିଭିନ୍ନ ଗ୍ରାମ ର ଚାଷୀ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories