www.samajalive.in
Saturday, December 13, 2025
26.1 C
Bhubaneswar

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ପ୍ରତିବାଦରେ ରାସ୍ତାରୋକ ଓ ପୋଡ଼ାଜଳା

କେନ୍ଦୁଝର : କେନ୍ଦୁଝର  ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଗାଡି ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏହି  ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।  ମିଳିଥିବା ସୂଚନା ଅନୁଯାୟୀ ଟାଉନ୍ ଥାନା ମଣ୍ଡୁଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗି ଫେରାର ହୋଇ ଯାଇଥିବା କୁହାଯାଉଛି । ଫଳରେ ତାଙ୍କ ଗାଡ଼ି ବନେଟ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତାରୋକ ସହ ପୋଡାଜଳା କରିଥିବା ସୂଚନା ମିଳିଛି। ଏନ୍ ଏଚ ୪୯ ଅବରୋଧ କରାଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକ ଆରମ୍ଭ ହୋଇଥିଲା। ଟାୟାର୍ ଜଳାଇ ଗାନ୍ଧୀ ଛକ ଠାରେ ଏନଏଚ -୪୯ କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପୂର୍ବାହ୍ନ ୧୧ ଟାରେ ଏହି ଘଟଣା ଘଟିବା ବେଳେ ଦୁଇ ଆକ୍ରମଣକାରୀ ବୋମା ପକାଇବା ସହ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି । ପୁଲିସ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନାପରେ ରାସ୍ତାରୋକକୁ ହଟାଇ ଦିଆଯାଇଥିବାବେଳେ ପରିସ୍ଥିତି ଏବେ ସ୍ବାଭାବିକ ଥିବା ଜଣାପଡ଼ିଛି।

 

- Advertisement -

ବିଧାୟକ ମୋହନ ମାଝୀ ଏକ ବୈଠକ ଶେଷ କରି ସେଠାରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକ ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲା । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ । ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁର୍ତ୍ତ ଧରିବାକୁ ଚେଷ୍ଟା ଜାରି ରଖିଛି ।

ଅଭିଯୋଗ ପାଇବା ପରେ ଟାଉନ୍ ଥାନା ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ କିଏ କାହିଁକି ମାରିଲା ଜଣା ପଡିବ ବୋଲି ଥାନା ଅଧିକାରି କହିଛନ୍ତି । ବିଧାୟକ ଗନ୍ଧମାର୍ଦନ ଲୋଡ଼ିଂ ଏଯେନ୍ସି କୁ ନେଇ ଚାଲି ଥିବା ଆନ୍ଦୋଳନ କୁ ସମର୍ଥନ କରୁ ଥିବାରୁ ସେହି କାରଣ ରୁ ତାଙ୍କ ଉପରକୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏ ନେଇ ନେଇ ସୌମ୍ୟ ଶଙ୍କର ଚକ୍ର , ରାଜ୍ୟ ଯୁବ ବିଜେଡ଼ି ଉପ ସଭପତି କହିଛନ୍ତି ଯେ ଏଭଳି ଆରୋପ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ । ଏଣୁ ଏହାର ତଦନ୍ତ କରିବା ସହ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories