www.samajalive.in
Saturday, December 13, 2025
26.1 C
Bhubaneswar

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡାଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗୀର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଫଳ ଓ ପନିପରିବା ଚାଷ ଉପରେ ୮ ଓ ୯ ତାରିଖ ଦୁଇ ଦିନିଆ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ୟ୍ୟକ୍ରମରେ ଅତିରିକ୍ତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମତ୍ସ୍ୟ ବିଭାଗର ଏଏଫଓ ସୁଜିତ କୁମାର ସାମଲ, ଏଏଚଓ ସୁନୀଲ କୁମାର ମାଝୀ ଓ ତୁରେକେଲା ବ୍ଳକର ବିପିସି ବିଶ୍ୱଜିତ ସାମଲ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ତୁରେକେଲା ବ୍ଳକର ହର୍ଟିକଲଚର ଅଫିସର ସେକ ଅବଦୁଲ ରବ ତାଲିମ କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାବେଳେ ଏଚ.ଇ.ଡବ୍ଲ୍ୟୁ ଗୀତାଞ୍ଜଳି ବେହେରା, ପିଜି ଗ୍ରୁପ ଅନୁଷ୍ଠାନର ବିଜିଏସ ଜୟନ୍ତୀ ବାଘ, ସୌଭାଗିନୀ ରଣା ସମେତ କୃଷକ ସାଥୀମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories