www.samajalive.in
Sunday, December 14, 2025
23.1 C
Bhubaneswar

ପୂଣ୍ୟାତ୍ମାଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ

ନବରଙ୍ଗପୁର: ଉତ୍କଳ ପରିଷଦ ପକ୍ଷରୁ ନବରଙ୍ଗପୁରରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ କରାଯାଇଛି। ପୂର୍ବାହ୍ନରେ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସ୍ଥାନୀୟ ଏକ୍ସବୋର୍ଡ ବିଦ୍ୟଳୟ(କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ) ରେ କୋଭିଡ ନିୟମ ପାଳନ ପୂର୍ବକ ଏକସଭା କାର୍ଯ୍ୟ କରାଯାଇଥିଲା। ଏଥିରେ ପରିଷଦର ସଭାପତି ବରିଷ୍ଠ ସମାଜସେବୀ ପ୍ରେମଚାନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ଉତ୍କଳମଣିଙ୍କର ତ୍ୟାଗମୟଜୀବନୀ ସଂପର୍କରେ ଅବଗତ କରାଇବା ସହ ସମସ୍ତେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲୋ ମୁଖ୍ୟ ଅତିଥୀ ଭାବେ ଶିକ୍ଷାବିତ୍‍ ନିରଞନ ମିଶ୍ର ଯୋଗଦେଇ ଗୋପବନ୍ଧୁ ପ୍ରକୃତରେ ଗରୀବ ଓ ଅସହାୟଙ୍କର ବନ୍ଧୁଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତାଭାବେ ‘ସମାଜ’ର ଜିଲା ପ୍ରତିନିଧି ବାଙ୍କ ବିହାରୀ ବିଷୋୟୀ ଯୋଗଦେଇ ପୁଣାତ୍ମା ଗୋପବନ୍ଧୁ କେବଳଏକ ବ୍ୟକ୍ତି ନଥିଲେ ,ସେଏକ ଅନୁଷ୍ଠାନ ଥିଲେ। ସେ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ,ସାହିତ୍ୟିକ, ରାଜନେତା,ସାମ୍ବାଦିକ ଓ ସମାଜସେବୀ ଥିଲେ। ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାବହ ତାଙ୍କର ମାନସ ସନ୍ତାନ ‘ସମାଜ’କୁ ସେ ଲୋକସେବକମଣ୍ଡଳ ହାତକୁ ସମର୍ପି ଦେବା ସହ ସମାଜର ଲାଭାଂଶ କିଭଳି ଓଡିଶାର ଦୁଃସ୍ଥ ଓ ଗରୀବ ସମେତ ବନ୍ୟା,ବାତ୍ୟା. ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କର ସେବା କରି ପାରୁଛି ତାହା ବର୍ଣ୍ଣନା କରିଥିଲେ। ପରିଷଦର ଉପସଭାପତି ପ୍ରଭାସିନି ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରି ଗୋପବନ୍ଧୁଙ୍କର ନୀତି ଓ ଆଦର୍ଶ ସଂପର୍କରେ କହିଥିଲୋ ଅକାଶବାଣୀର କଣ୍ଠଶିଳ୍ପୀ ସୁରେଶ ମିଶ୍ର ପ୍ରାରମ୍ଭିକ ସଂଙ୍ଗୀତ ପରିବେଷଣ କରି ଗୋପବନ୍ଧୁଙ୍କର ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନାଟ୍ୟକାର ଜଗନ୍ନାଥ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କବି ପି.ରବିକାନ୍ତ ରଘୁରାମ ଓ ଶ୍ରୀଧର ଶତପଥୀ ଗୋପବନ୍ଧୁଙ୍କର ନିସ୍ୱାର୍ଥ ଦେଶସେବାର ଅବତାରଣା କରିଥିଲେ। ଆଇନଜୀବୀ ଗୋପାଳକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ତପନ କୁମାର ବିଷୋୟୀ ମଞ୍ଚାସୀନ ଥିଲେ। ଉପଦେଷ୍ଠା ଦେବେନ୍ଦ୍ର ପ୍ରଧାନ , ମନୋଜ ପଟ୍ଟନାୟକ, ଓ ସମାଜସେବୀ ବୀରେନ୍ଦ୍ର କୁମାର ନାୟକ ସମେତ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।

ଆଜି ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ପାଳନ କରାଯାଉଥିବାବେଳେ ଜିଲାପ୍ରଶାସନ ଭୂଲିଯାଇଛି।ଏପରିକି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ମଧ୍ୟ କରାଯାଇ ନାହିଁ। ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଧ୍ୟ ନୀରବ ରହିବା ସମସ୍ତଙ୍କର ମନରେ କ୍ଷୋଭପ୍ରକାଶ ପାଇଛି।
ଫୋଟ ଯାଇଛି,ବାଙ୍କ ବିହାରୀବିଷୋୟୀ

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories