www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ବିଶ୍ୱ ଅଣ୍ଡା ଦିବସ ; ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଣ୍ଡା

ନିୟମିତ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଅଣ୍ଡା ଏକ ସୁସ୍ଥ ଓ ପୃଷ୍ଟିଯୁକ୍ତ ଖାଦ୍ୟ ଭାବେ ଜଣାଶୁଣା। ଅଣ୍ଡାରୁ ମିଳିଥିବା ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଲୋକଙ୍କ ମଧ୍ୟରେ ଜାଗୃତ କରିବା ପାଇଁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୮କୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ। ହୃଦୟ ଜନିତ ସମସ୍ୟା ଠାରୁ ଆରମ୍ଭ କରି, ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ, ଚକ୍ଷୁ ଓ ମାଂସପେଶୀକୁ ସୁସ୍ଥ ରଖିବାରେ ଅଣ୍ଡାର ସେବନ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ଅଣ୍ଡାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ……
ଅଣ୍ଡାକୁ ସିଝାଇ ଖାଇଲେ ଏହାର ପୋଷକତତ୍ତ୍ବ ଶରୀରକୁ ଠିକ୍ ଭାବେ ମିଳେ। ଅଣ୍ଡାର ଧଳା ଅଂଶରେ କୋଲେଷ୍ଟୋରଲ୍ ନଥାଏ। ହଳଦିଆ କେଶର ପରିବର୍ତ୍ତେ ଜଳଖିଆରେ ଗୋଟିଏ କିମ୍ବା ଦୁଇଟି ଅଣ୍ଡାର ଧଳା ଅଂଶ ଖାଇପାରନ୍ତି। ନିଜ ହଜମ କ୍ଷମତାକୁ ଦେଖି ପ୍ରତ୍ୟେକ ଖାଇବା ଉଚିତ।
– ​ପ୍ରୋଟିନ୍‌ଯୁକ୍ତ ଅଣ୍ଡାର ଧଳା ଭାଗ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗେନାହିଁ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ଖାଇବା ଭଲ।
– ଦୀର୍ଘ ୨ ବର୍ଷ ଅଣ୍ଡାକୁ ନେଇ ଅନୁଧ୍ୟାନ କରିବା ପରେ ଆମେରିକାନ୍ କେମିକାଲ୍ ସୋସାଇଟି ମତ ବ୍ୟକ୍ତ କରିଛି, ଅଣ୍ଡାର ଧଳା ଅଂଶରେ ମହଜୁଦ୍ ତତ୍ତ୍ବ ରକ୍ତଚାପକୁ କମ୍ କରେ।
– ମହିଳାମାନଙ୍କ ପାଇଁ ଅଣ୍ଡା ଏକ ଔଷଧ ପରି କାମ କରେ। ଗର୍ଭବସ୍ଥା ସମୟରୁ ଆରମ୍ଭ କରି ପ୍ରସବ ପର ପର୍ୟ୍ୟନ୍ତ ମହିଳାମାନେ ଅଣ୍ଡାର ଧଳା ଅଂଶ ଖାଇଲେ ସେମାନଙ୍କ ଶରୀରକୁ ଶକ୍ତି ମିଳିଥାଏ।
– କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ଭିଟାମିନ୍ ବି-୬, ବି-୧୨ ଇତ୍ୟାଦି ପୋଷକତତ୍ତ୍ବ ଭରପୂର ଅଣ୍ଡାର ଧଳା ଅଂଶ ଖାଇଲେ ଆମ କେଶର ଘନତ୍ବ ବଢ଼ିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।
– ଶରୀରର ହାଡ଼କୁ ଶକ୍ତ କରିବା ପାଇଁ ମଧ୍ୟ ଅଣ୍ଡାର ଧଳା ଅଂଶ ବେଶ ସହାୟକ । ନିୟମିତ ଅଣ୍ଡା ଖାଇଲେ ତ୍ବଚାରୁ ଭାଙ୍ଗ ଦୂର ହେବା ସହ ବୟସର ଛାପ ମଧ୍ୟ କମ୍ ହୋଇଥାଏ।
– ସପ୍ତାହରେ ୨-୩ଥର ସକାଳ ଜଳଖିଆରେ ସିଝା ଅଣ୍ଡା ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ଅଣ୍ଡାରେ ଥିବା ବିଭିନ୍ନ ପ୍ରକାରର ପୋଷକତତ୍ତ୍ବ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଅଣ୍ଡାର ଏକ ସ୍ୱାଦିଷ୍ଟ ରୋଷେଇ……..
ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୩ଟି ( ସିଝା ହୋଇଥିବା)
ପିଆଜ – ୧ଟି ( କଟା ହୋଇଥିବା)
ଟମାଟୋ – ୧ଟି ( କଟା ହୋଇଥିବା)
ଦହି – ଅଳ୍ପ
ମିଓନିଜ୍‍ – ୧ ଚାମଚ
ଲେମ୍ବୁ ରସ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସିଝା ଅଣ୍ଡାକୁ ୪ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହି, ମିଓନିଜ, ଲେମ୍ବୁ ରସ, ସୋରିଷ ଗୁଣ୍ଡକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ପିଆଜ, ଟମାଟୋ, ଗୋଲମରିଚ ଗୁଣ୍ଡ, ଲୁଣ ପକାନ୍ତୁ। ବର୍ତ୍ତମାନ ଏଥିରେ କଟା ଯାଇଥିବା ଅଣ୍ଡାକୁ ପକାଇ ଚାର୍ଟ ମସଲା ,କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ସାଲାଡ଼।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories