www.samajalive.in
Sunday, December 7, 2025
14.1 C
Bhubaneswar

ଦୁନିଆରେ ସବୁଠାରୁ ବଡ଼ ଏହି ବ୍ୟକ୍ତିଙ୍କ ନାକ; ଲାଗାତର ଭାବେ ବଢି ଚାଲିଛି

ଅଙ୍କାରା: ତୁର୍କୀରେ ରହୁଥିବା ୭୧ ବର୍ଷୀୟ ମେହମେଟ ଓଜ୍ୟୁରେକଙ୍କ ନାକ ଦୁନିଆର ସବୁଠାରୁ ବଡ଼ ନାକ ଏବଂ ଏହା ଲଗାତର ଭାବେ ଲମ୍ବିବାରେ ଲାଗିଛି। ମେହମେଟଙ୍କ ନାକ ପ୍ରାୟ ୩.୫ ଇଞ୍ଚ ଅର୍ଥାତ ୮.୮ ସେଣ୍ଟିମିଟର ଲମ୍ବା। ପ୍ରାୟ ୧୧ ବର୍ଷ ପୂର୍ବରୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ଼ ପକ୍ଷରୁ ତାଙ୍କୁ ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ଆଖ୍ୟା ଦିଆଯାଇଥିଲା। ବର୍ତ୍ତମାନ କମ୍ପାନୀ ଏତେ ବର୍ଷ ପରେ ପୁଣି ଥରେ ଘୋଷଣା କରିଛି ଯେ ମେହମେଟଙ୍କ ନାକ ଦୁନିଆର ସବୁଠୁ ଲମ୍ବା।


ରିପୋର୍ଟ ମୁତାବକ, ବର୍ତ୍ତମାନ ଦୁନିଆରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ଏତେ ବଡ ନାକ ନାହିଁ। ଗିନିଜ ୱାର୍ଲ୍ଡ ରେକର୍ଡ ଟ୍ବିଟ୍‌ କରି କହିଛି ଯେ, ୨୦୧୦ ମସିହା ଆଜରି ଦିନରେ ତୁର୍କୀର ମେହମେଟଙ୍କୁ ପୃଥିବୀର ଜୀବନ୍ତ ଲୋକଙ୍କ ମଧ୍ୟରେ ସବୁଠାରୁ ବଡ ନାକ ଥିବା ବ୍ୟକ୍ତିଙ୍କ ଆଖ୍ୟା ଦିଆଯାଇଥିଲା। ତାଙ୍କ ନାକ ୮.୮ ସେମି ଥିଲା। ତେବେ ଇତିହାସରେ ମେହମେଟ ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ନୁହଁନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories