www.samajalive.in
Saturday, December 6, 2025
26.1 C
Bhubaneswar

ଏଏସବିଏମ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଏଏସବିଏମ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବାଙ୍ଗାଲୋରର ନିଦେ୍ର୍ଦଶକ ପ୍ରଫେସର ଟି. ଋଷିକେଶ କ୍ରିଷ୍ଣନ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଡ଼ିଜିଟାଲ ଯୁଗରେ ନବ ଉଦ୍ଭାବନ’ ଶୀର୍ଷକ ଏକ ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ । ପରିଶେଷରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର (ଡ଼ଃ) ବିଶ୍ୱଜିତ ପଟ୍ଟନାୟକ ତାଙ୍କର ଅଧ୍ୟକ୍ଷୀୟ ଅଭିଭାଷଣ ମାଧ୍ୟମରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୂପାନ୍ତରିତ ହୋଇଥିବା ଏଏସବିଏମ୍ ବିଶ୍ୱବିଦ୍ୟାଳୟର ସାଧନ ପ୍ରଧାନ ଯାତ୍ରାର ସ୍ମୃତିଚାରଣ କରିବା ସହ ସମସ୍ତ ପୃଷ୍ଟପୋଷକ, ପରାମର୍ଶଦାତା, ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ଅକୁଣ୍ଠିତ ଯୋଗଦାନ ନିମନ୍ତେ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । ସ୍ୱଳ୍ପ ସମୟ ବ୍ୟବଧାନରେ ବିଶ୍ୱବିଦ୍ୟାଳୟ ଅନେକ ସକାମ୍ୟ ଉପଲବଧି ହାସଲ କରିଥିବା ମଧ୍ୟ ସେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ସୂଚନା ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼ଃ) କଲ୍ୟାଣ ଶଙ୍କର ରାୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ସମସ୍ତ ଶୁଭେଚ୍ଛୁ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଫେସର (ଡ଼ଃ) କୌଶିକ ଏନ ଭୁୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories