www.samajalive.in
Wednesday, December 10, 2025
16.1 C
Bhubaneswar

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ; ମୃତ ବ୍ୟକ୍ତିଙ୍କ ନାମରେ ୨୭ ହଜାର ଟଙ୍କାର ଜୋରିମାନା ନୋଟିସ

ସୁଆଣ୍ଡୋ: ବିଦ୍ୟୁତ ବିଭାଗର ମନମୁଖୀ କାର୍ୟ୍ୟକୁ ନେଇ ସତ୍ୟବାଦୀ ଅଞ୍ଚଳର ଉପଭୋକ୍ତାମାନେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡିଲେଣି । ୫ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ନାମରେ ୨୭ ହଜାର ଟଙ୍କାର ଜୋରିମାନା ନୋଟିସ ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ଉପଖଣ୍ଡ କାର୍ୟ୍ୟାଳୟରୁୁ ଦିଆଯାଇଛି । ଟାଟା କମ୍ପାନୀ ବିଦ୍ୟୁତ ବିଭାଗକୁ ନେବା ପରଠାରୁ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ନିରିହ ଗରିବ ଉପଭୋକ୍ତାଙ୍କ ଉପରେ ଜୁଲମ କରୁଛି ବୋଲି ଅଭିଯୋଗ ହେଉଛି ।

ସୂଚନାଯୋଗ୍ୟ, ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ବଢେଇ ସାହିର ମୃତ ସାରଥି ମହାରଣାଙ୍କ ନାମରେ ଏହି ଜୋରିମାନା ନୋଟିସ ବିଦ୍ୟୁତ ବିଭାଗ ତରଫରୁ ଦିଆଯାଇଛି । ବିଦ୍ୟୁତ ବିଭାଗର ଏକ ମୋବାଇଲ ଟିମ୍ ଅଚାନକ ମୃତ ସାରଥିଙ୍କ ପରିବାର ରହୁଥିବା ଘରେ ପହଞ୍ଚି ମିଟର ଟାମ୍ପରିଙ୍ଗ ହୋଇଛି ବୋଲି କହି ତାହାକୁ ତାଡ଼ିବାକୁ ଆରମ୍ଭ କଲେ । ମୃତ ସାରଥିଙ୍କ ପୁତ୍ର ନଟବର ଏହାକୁ ବିରୋଧ କରିଥିଲେ। ଗତ ଅଗଷ୍ଟ ମାସରୁ ମିଟର ଖରାପ ହୋଇଥିବା ଦୃଷ୍ଟିରୁ ନିର୍ଦ୍ଧାରିତ ସର୍ବନିମ୍ନ ବିଲ୍ ଦେଇ ଆସୁଛନ୍ତି ବୋଲି କହିଥିଲେ । ଆଦୌ ଟାମ୍ପରିଙ୍ଗ ହୋଇନି ବୋଲି ଦୃଢ ଭାବେ କହିବାରୁ ଏଥିନେଇ ମୋବାଇଲ ଟିମ୍ କ୍ରୋଧାନ୍ବିତ ହୋଇ ତାଙ୍କ ଘରେ ପଶି ଟିଭି, ହିଟର, କଟର ମେସିନ ଆଦି ରହିଥିବା ଦର୍ଶାଇ ଏକ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଥିଲେ । ବିଜୁଳି ବିଭାଗ ପକ୍ଷରୁ ୨୭ ହଜାର ଟଙ୍କାର ଜୋରିମାନା ନୋଟିସ ସାରଥିଙ୍କ ନାମରେ କରା ଯାଇଥିବା ନଟବର ମହାରଣା ଅଭିଯୋଗ କରିଛନ୍ତି । ବଡ ବଡ କମ୍ପାନିକୁ ବିଜୁଳି ବିଭାଗର ଶହ ଶହ କୋଟି ଟଙ୍କାର ବକେୟା ସରକାର ଛାଡ କରି ଦେଉଥିବା ନଜିର ରହିଛି । ଗ୍ରାମିଣ ଗରିବ ବିଜୁଳି ଉପଭୋକ୍ତାଙ୍କ ଉପରେ ଟାଟା କମ୍ପାନୀର ଜୁଲମକୁ ଜନସାଧାରଣ ନିନ୍ଦା କରି କହନ୍ତି – କେଉଁଠି ହାତୀ ଚାଲି ଯାଉଥିବା ବେଳେ ପିମ୍ପୁଡ଼ିର ଜଳା ବନ୍ଦ କରାଯାଉଛି । ଏ ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯିବା ପୁରୁଣା ମିଟର ବଦଳାଇ ନୂଆ ମିଟର ବସାଇବା ଓ ଅନ୍ୟାୟ ଭାବେ ୨୭ ହଜାର ଟଙ୍କାର ଜୋରିମାନାକୁ ଖାରଜ କରିବା ପାଇଁ ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ନଟବର ଲିଖିତ ଭାବେ ଜଣାଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories