www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ନୂଆ କରୋନା ଆକ୍ରାନ୍ତ; ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୬ ଓ ସ୍ଥାନୀୟ ସଂକ୍ରମିତ ୨୪୭ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ଶିଶୁ ଓ କିଶୋର ୮୦ ଜଣ ରହିଛନ୍ତି । ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୪, ବଲାଙ୍ଗିରରେ ଜଣେ ଚିହ୍ନଟ ହୋଇଛନ୍ତି । କଟକରେ ୮୪, ଦେବଗଡ ୨, ଢେଙ୍କାନାଳ ୪, ଗଞ୍ଜାମ ୨, ଜଗତସିଂହପୁର ୨୨, ଯାଜପୁର ୧୪ ଓ କଳାହାଣ୍ଡିରେ ୫ ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରେ ୧, କେନ୍ଦ୍ରାପଡା ୯, ଖୋର୍ଦ୍ଧା ୨୯୦, କୋରାପୁଟ ୧, ମୟୁରଭଞ୍ଜରେ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି । ନୟାଗଡ ଜିଲାରେ ୪, ପୁରୀ ୨୩, ସମ୍ବଲପୁର ୯, ସୋନପୁର, ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୬୬ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୫୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୪୯୬୭ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କଟକ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୨୭କୁ ବୃଦ୍ଧିପାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories