www.samajalive.in
Saturday, December 13, 2025
26.1 C
Bhubaneswar

ଭାଲୁ କାମୁଡାରେ ଜଣେ ଗୁରୁତର 

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସାନବାର୍ଲି ପଂଚାୟତର ଉଗ୍ର ନାୟକ (୪୦) ଙ୍କୁ ଆଜି ମକା ବାଡ଼ରେ ୩ଟି ଭାଲୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ ଉଗ୍ର ଗାଁରୁ ୩କିମି ଦୂର ଜଙ୍ଗଲକୁ ନିଜର ମକାବାଡ଼କୁ ଯାଇଥିଲେ। ହଠାତ ପଛପଟୁ ତିନୋଟି ଭାଲୁ ଆସି ଉଗ୍ରକୁ ଆକ୍ରମଣ କରିଥିଲେ । ତାଙ୍କର ବାମ ଗୋଡ ଓ ଛାତିରେ, ପିଠିରେ ଗଭୀର କ୍ଷତ ହୋଇ ଥିବା ଦେଖିବାକୁ ମିଳିଥିଲା । ପ୍ରାଣ ବିକଳରେ ପାଟି କରିବାରୁ ପାଟି ଶୁଣି ଆଖ ପାଖ ଜଙ୍ଗଲରେ ଥିବା କିଛି ବ୍ୟକ୍ତି ଆସି ଭାଲୁକୁ ଘଉଡ଼ାଇ ତାଙ୍କୁ ଉଦ୍ଧାର କରି ମଇଦଲ ପୁର ଡାକ୍ତରଖାନା ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଜଙ୍ଗଲ କାଟି ମକା ଚାଷ କରୁଥିବାରୁ ଏହି ଅଂଚଳରେ ଏଭଳି ଘଟଣା ଘଟିବା ସ୍ୱାଭାବିକ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories