www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ : ଶ୍ରୀରାମ କ୍ରିଷ୍ଣା ନୂଆଦିଲ୍ଲୀ ଯୁଗ୍ମ ଆବାସିକ କମିଶନର

ଭୁବନେଶ୍ବର : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି । ନୂଆଦିଲ୍ଲୀର ଯୁଗ୍ମ ଆବାସିକ କମିସନର ପ୍ରେମଜିତ ନାୟକଙ୍କୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି କରାଯାଇଛି।

ରାୟଗଡା ଓଏମସିର ଆଞ୍ଚଳିକ ପରିଚାଳକ ହେମନ୍ତ କୁମାର ସିଂହଙ୍କୁ ମୟୂରଭଞ୍ଜ ଜିଲ୍ଲା  ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଭାବରେ ଶତୃଘ୍ନ କରଙ୍କ ନିଯୁକ୍ତିକୁ ବାତିଲ କରାଯାଇଛି । ଛତ୍ରପୁରର ଉପ-ଜିଲ୍ଳାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଭାବେ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ରାଜ୍ୟ ଗେଷ୍ଟ ହାଉସର ପରିଚାଳକ ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀ ଯୁଗ୍ମ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

- Advertisement -

ଗଞ୍ଜାମ ଜିଲ୍ଲା ଛତ୍ରପୁରର ତହସିଲଦାର ନୀଳମାଧବ ଭୋଇଙ୍କୁ ଛତ୍ରପୁରର ଉପଜିଲ୍ଲାପାଳ ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ଗଞ୍ଜାମର ଅତିରିକ୍ତ ଉପ ଜିଲ୍ଲପାଳ  ସରୋଜ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ଉପ ଜିଲ୍ଳାପାଳ ଭାବେ ନିଯୁକ୍ତ ଦିଆଯାଇଛି । ଅନ୍ୟ ପକ୍ଷରେ ବଡମ୍ବା ବିଡିଓ ଦେବଦତ୍ତ ମହାନ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଆଇଟିଡିଏ ପିଏ ଭାବେ ନିଯୁକ୍ତି ଦିଆଯାଇଛି।

ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories