www.samajalive.in
Tuesday, December 9, 2025
17.1 C
Bhubaneswar

ଦୁର୍ଘଟଣା ରୋକିବା ନେଇ ଗ୍ରାସିମ୍ କମ୍ପାନୀ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

ଗଞ୍ଜାମ: ଗ୍ୟାସ ଜନିତ ଦୁର୍ଘଟଣା ଘଟିଲେ ତାହାକୁ ରୋକିବାକୁ କିଭଳି ତୁରନ୍ତ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ଗ୍ରାସିମ କମ୍ପାନୀ ପକ୍ଷରୁ ବୁଧବାର ଅପରାହ୍ନରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ୟୁନିଟ୍ ମୁଖ୍ୟ ଦିଗବିଜୟ ପାଣ୍ଡେଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। କମ୍ପାନୀ ମଧ୍ୟରୁ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହେଉଥିବା ବେଳେ କିପରି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଦୁରୋତ୍ତର ଆପାତ କାଳୀନ ପ୍ରତିରୂପ ଅଭ୍ୟାସ କରାଯାଇଥିଲା।

ସେଥି ନିମନ୍ତେ କମ୍ପାନୀ ମଧ୍ୟରେ ଏକ ଟ୍ରକ ମଧ୍ୟରେ ରହିଥିବା କ୍ଲୋରିନ ଗ୍ୟାସ୍ ସିଲିଣ୍ଡର୍ ଗ୍ୟାସ୍ ଲିକ୍ ହେଲା ପରେ କର୍ମଚାରୀମାନଙ୍କ ଦ୍ଵାରା କମ୍ପାନୀ କର୍ତ୍ତୁପକ୍ଷଙ୍କ ନିକଟରେ ଖବର ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ପରେ ଅଗ୍ନିଶମ ବିଭାଗ ପହଞ୍ଚି ସିଲିଣ୍ଡର୍ ଉପରେ ଜଳ ସିଞ୍ଚନ କରିଥିଲେ। ପରେ ଟେକ୍ନିସିଆନ ଟିମ୍ ପହଞ୍ଚି ଗ୍ୟାସକୁ ଆୟତ୍ତ କରିବା ଓ ସ୍ଥାନୀୟ ଅଞ୍ଚଳକୁ କିଭଳି ବିପଦମୁକ୍ତ କରାଯିବ ତାହା କରାଯାଇଥିଲା। ଆହତ ଡ୍ରାଇଭରକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଦ୍ଵାରା ତୁରନ୍ତ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଇଥିଲା। ପବନର ବିପରୀତ ଦିଗକୁ ପାଣି କନା ସାହାଯ୍ୟରେ ମୁହଁକୁ ଢାଙ୍କି ଚାଲି ଯିବା ପାଇଁ କୁହାଯାଇଥିଲା।

- Advertisement -

ଏହି ଭଳି ଏକ ମକଡ୍ରିଲ କାର୍ଯ୍ୟକ୍ରମକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅମିୟ ସାହୁ, ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ଆସିଷ୍ଟାଣ୍ଡ ଡାଇରେକ୍ଟର ଫେକ୍ଟ୍ରିସ୍ ଆଣ୍ଡ ବଏଲର୍ ପୁଷ୍ପମିତ୍ର ଜେନା ଓ ଏସଏପି ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମାଲିକ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ରିଜିଓନାଲ୍ ଅଫିସର୍ ମିତ୍ରସେନ୍ ମାଝୀ, ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାଶିମ୍ କମ୍ପାନୀ ସେଫ୍ଟି ହେଡ଼ ପୂର୍ଣ୍ଣ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ। ଗଞ୍ଜାମ ଏନଏସିଇଓ ରୋନିତ କୁମାର ଉପସ୍ଥିତ ଥିଲେ। କମ୍ପାନୀ ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ କମ୍ପାନୀ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଏସଏପି ଅଷ୍ଟମ ବାଟାଲିୟନ୍ ଓଡ୍ରାଫ ଟିମ୍ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଏଭଳି ମକ ଡ୍ରିଲ ସ୍କୁଲରେ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଅଧିକାରୀମାନେ ମତ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories