www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ ରାଜପଥ ବିଭାଗର ଅବହେଳା, ଡ୍ରେନ ଖୋଳି ଠିକା ସଂସ୍ଥାର ଦେଖାନାହିଁ

ବୌଦ୍ଧ: ବର୍ଷତମାମ ଜାତୀୟ ରାଜପଥରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗିରହିଛି। ଗୋଟିଏ କାର୍ଯ୍ୟକୁ ବାରମ୍ବାର କରାଯାଉଥିବା ବେଳେ ତାହାର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଦୀର୍ଘମାସ ହେବ ଏଆରଏସଏସ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପନ ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକା ସଂସ୍ଥାର ଏଥିପ୍ରତି ଖାତିର ନଥିବା ଭଳି ମନେ ହେଉଅଛି।

ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକଠାରେ ଏହି ଠିକା ସଂସ୍ଥା ପକ୍ଷରୁ ଜାତୀୟ ରାଜପଥ କଡରେ ଡ୍ରେନ ନିର୍ମାଣ ପାଇଁ ଅନେକ ଦିନରୁ ଖୋଳାଯାଇଥିଲେ ମଧ୍ୟ ଅଧପନ୍ତରିଆ ଭାବରେ ଏହିକାର୍ଯ୍ୟ ପକାଇ ରଖାଯାଇ ଥିବାରୁ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଅଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ ପାନ୍ଥିକା ରିସୋର୍ଟ ଖୋଲା ଯାଇଥିବା ବେଳେ ଡ୍ରେନ କାର୍ଯ୍ୟ ଅଧାରେ ପଡି ରହିଥିବା ଯୋଗୁଁ ଚାରିଛକ ଅଞ୍ଚଳର ସମସ୍ତ ଡ୍ରେନ ପାଣି ଓ ଆବର୍ଜନା ବର୍ତମାନ ଏହି ପ୍ରମୁଖ ଅନୁଷ୍ଠାନ ସମ୍ମୁଖରେ ଜମା ହୋଇ ରହୁଥିବା ଦେଖାଯାଇଛି। ଏ ସଂପର୍କରେ ଅଭିଯୋଗ କଲେ ମଧ୍ୟ ବିଭାଗ ଓ ସଂପୃକ୍ତ ଠିକାସଂସ୍ଥା ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଅଛି। ନିୟମ ଅନୁଯାୟୀ ବର୍ଷାର ଅନେକ ପୂର୍ବରୁ ସମସ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ସମାପନ କରାଯିବା କଥା। କିନ୍ତୁ ଜାତୀୟ ରାଜପଥ ବିଭାଗ ଓ ଠିକାସଂସ୍ଥା ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅନେକ ସ୍ଥାନରେ ବର୍ଷା ଦିନରେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚରାଯିବାରେ ଖୁବ୍‍ଶିଘ୍ର ସଂପୃକ୍ତ ଠିକାସଂସ୍ଥା ଦ୍ୱାରା ଡ୍ରେନ ନିର୍ମାଣ କାର୍ଯ୍ୟ ସମାପ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଜନଅସନ୍ତୋଷ ଆନ୍ଦୋଳନର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories