www.samajalive.in
Saturday, December 13, 2025
26.1 C
Bhubaneswar

ମାଡମାରୀ ୩୦ହଜାର ଟଙ୍କା ଲୁଟ,୧୩ ଗିରଫ

ଲାଞ୍ଜିଗଡ଼: ଜଣେ ଦିବ୍ୟାଙ୍ଗ ଯୁବତୀ ତାଙ୍କ ଭାବି ସ୍ୱାମୀଙ୍କ ସହିତ ନିଜ ବଡ ଭଉଣୀଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ ମାରପିଟ କରିବା ସହିତ ୩୦ହଜାର ଟଙ୍କା ଲୁଟ ଘଟଣାରେ ପୁଲିସ ୧୩ଜଣଙ୍କୁ ଗିରଫ୍ ସହ କୋର୍ଟ ଚାଲାଣ କରିଛି । ଏ ନେଇ ବିଶ୍ୱନାଥପୁର ଥାନାରେ କେସ ନଂ ୭୯/୨୦୨୧ଆଇପିସି ୩୯୫ଦଫାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାଇ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ପୋଖରୀବନ୍ଧ ଗ୍ରାମପଞ୍ଚାୟତ ମେଲଘୁଟୁ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ହେମା ହରପାଲ ତାଙ୍କ ଭାବି ସ୍ୱାମୀ ରାୟଗଡା ଜିଲା ଅମ୍ବାଦୋଳାର ଗଣେଷ କରକରିଆ ନାମକ ଜଣେ ଯୁବକ ସହିତ ବାଇକ ଯୋଗେ ଗତ ୨୦ତାରିଖ ଦିନ ତାଙ୍କ ବଡ ଭଉଣୀଙ୍କ ଶଶୁର ଘର ସଦରଥାନା ଅର୍ନ୍ତଗତ ଗୁର୍ଣ୍ଡି ଗ୍ରାମପଞ୍ଚାୟତର କାର୍ଲି ଗାଁକୁ ଯାଉଥିଲେ। ଏହି ସମୟରେ ସୈାମ୍ୟରଞ୍ଜନ ଦାସ, ପୁସ୍କର ବାଗ, କାଳିଆ ଭତ୍ରା,  ସଂଗ୍ରାମ ନାଏକ, ପିଣ୍ଟୁ ପାତ୍ର, ବ୍ରଜ ବାଗ, ପିତବାସ ବିଭାର, ସିଙ୍ଗୁ ମାଝୀ, ଶଙ୍କର୍ଶଣ ମାଝୀ, ଥବିର ପାତ୍ର, ବଳଭଦ୍ର ରାଉତ, ରାଜୀବ ସୁନା ସେମାନଙ୍କୁ ପୋଖରୀବନ୍ଧ ଭବାନୀପାଟଣା ରାସ୍ତାର ଢେପଗୁଡା ଘାଟି ନିକଟରେ ଅଟକାଇ ମାରପିଟ୍ କରିବା ସହିତ ଗଣେଶ ଧରିଥିବା ୩୦ହଜାର ଟଙ୍କା ଲୁଟିନେଇଥିଲେ ।

 

- Advertisement -

ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଫଳରେ ଭୟଭୀତ ଗଣେଶ ଓ ହେମା ବଡ ଭଉଣୀଙ୍କ ଘର କାର୍ଲିକୁ ଯାଇ ସେଠାରେ ହେମାକୁ ଛାଡିଦେଇ ଗଣେଶ ଘରକୁ ଫେରିଥିଲା। ତେବେ ସପ୍ତାହେ ବ୍ୟାପି ଗଣେଶ ସହିତ କୈାଣସି ପ୍ରକାର ଯୋଗାଯୋଗ ହୋଇନପାରିବା ଓ ତାର ପତା ନମିଳିବାରୁ ଏ ନେଇ ହେମା ତାର ବଡ ଭଉଣୀକୁ ଜଣାଇଥିଲା। ଫଳରେ ଦୁଇ ଭଉଣୀ ମିଶି ଏ ସଂର୍ପକରେ ପୁଲିସର ଦ୍ୱାରସ୍ଥ ହେବା ଉଚିତ ବୋଲି ଭାବି ବିଶ୍ୱନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ତଦନ୍ତ ଆରମ୍ଭ କରିବା ସହିତ ଅଭିଯୋଗକାରୀ ହେମାଙ୍କ ସୁଚନା ଅନୁସାରେ ଆଜି ମେଲଘୁଟୁର ଅଶୋକ ବିଭାର ନାମକ ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ଘଟଣାରେ ସଂପୃକ୍ତ ଅନ୍ୟ ୧୨ଜଣଙ୍କ ନାମ ପ୍ରକାଶ କରିଥିଲା

ସୁଚନା ଅନୁସାରେ ବିଶ୍ୱନାଥପୁର ପୁଲିସ ସେହି ୧୨ଜଣଙ୍କୁ ମଧ୍ୟ ଗିରଫ୍ କରିବା ସହିତ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଏହା ସହିତ ସେମାନଙ୍କ ଠାରୁ ୬୦ଖଣ୍ଡ ୫୦୦ଟଙ୍କିଆ ନୋଟ୍ ଜବତ କରିଛି। ଏ ନେଇ ବିଶ୍ୱନାଥପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ତଦନ୍ତ ଜାରି ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories