www.samajalive.in
Thursday, December 11, 2025
15.1 C
Bhubaneswar

ଆନ୍ତର୍ଜାତିକ କନ୍ୟା ଦିବସରେ ସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ରବିବାର ଧାଇପୁର ପଞ୍ଚାୟତ ଅନ୍ତର୍ଗତ ଗଦାଧରପୁରଠାରେ ଆନ୍ତର୍ଜାତିକ କନ୍ୟାସନ୍ତାନ ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି କନ୍ୟାସନ୍ତାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର, ଲିଙ୍ଗନିରୂପଣ ବା ଭେଦଭାବ, କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ, ବିପଦପୂର୍ଣ୍ଣ ସ୍ଥିତି, ପୁଷ୍ଟିକର ଖାଦ୍ୟ, ଆଇନଗତ ଅଧିକାର ସ୍ୱାସ୍ଥ୍ୟର ଯତ୍ନ ଶିକ୍ଷା ଓ ସ୍ୱାଧୀନତା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ । କନ୍ୟା କେତେବେଳେ ମାଆ, କେତେବେଳେ ଭଉଣୀ, କେତେବେଳେ ପତ୍ନୀ ବା ଲକ୍ଷ୍ମୀ ଅଥବା ଲକ୍ଷ୍ମୀବାଇର ଭୂମିକା ଗ୍ରହଣ କରୁଥିବା ବେଳେ ତାଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ଆଦୌ ସମ୍ମୀଚିନ୍ନ ନୁହେଁ ବୋଲି ଶ୍ରୀ ଅସଲମ କହିଥିଲେ । କନ୍ୟା ବା ଝିଅଙ୍କ କ୍ଷେତ୍ରରେ ଦେଖା ଦେଉଥିବା କେତେକ ରୋଗ ସଂପର୍କରେ ସେ ଆଲୋକପାତ କରିବା ସହ ସେମାନଙ୍କ ପାଇଁ ଚିକିତ୍ସା ସେବା ଜରୁରୀ ବୋଲି ମତପ୍ରକାଶ କରି ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଗାଁ କଲ୍ୟାଣ ସମିତିର ସଦସ୍ୟ ଏବଂ ଗଦାଧରପୁର ଗ୍ରାମର ଅନେକ କନ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଏକ ଶୋଭାଯାତ୍ରାରେ ଜନ ଗ୍ରାମ ପରିକ୍ରମା ସହ ସଚେତନତା ସୃଷ୍ଟି କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories