www.samajalive.in
Sunday, December 14, 2025
26.1 C
Bhubaneswar

୩୧୮ଜଣ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତି ଘରେ ରହି ଦେଲେ ଭୋଟ 

ପିପିଲି: ୩୦ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନ ପାଇଁ ପିପିଲି ବ୍ଲକ ଓ ଏନ୍‍ଏସିର ୩୧୮ ଜଣ ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତି ପୋଷ୍ଟାଲ ବାଲାଟ ମାଧ୍ୟମରେ ଘରେ ରହି ମତଦାନ କରିଛନ୍ତି । ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ଏନ୍‍ଏସିରେ ଏହି ବର୍ଗରେ ଥିବା ୩୬୫ଜଣ ଭୋଟର ପୋଷ୍ଟାଲ ବାଲାଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲିରେ ୩ଟି ପୁଲିଂ ଟିମ୍‍ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇଥିଲେ । ପୋଷ୍ଟାଲ ବାଲାଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିବା ୨୯୫ ଜଣ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଭୋଟର ଓ ୭୦ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୪ ଜଣ ବୟସ୍କ ଭୋଟର ଓ ୬୪ଜଣ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି ।

 

- Advertisement -

ବିଡିଓ ରଶ୍ମିତା ନାଥଙ୍କ ସମେତ ପ୍ରତ୍ୟେକ ଅଞ୍ଚଳର ସେକ୍ଟର ଅଫିସର, ବିଏଲ୍‍ଓଙ୍କ ଉପସ୍ଥିତିରେ ଏହି ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ବେଳେ ଏବିଡିଓ ଶୈଳବାଳା ତ୍ରିପାଠୀ, ବ୍ଲକ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ଜିପିଇଓ ଗାୟତ୍ରୀ ପଣ୍ଡା, ନିର୍ବାଚନ ଦାୟିତ୍ୱରେ ଥିବା ହରିଶ୍ଚନ୍ଦ୍ର ପତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories