www.samajalive.in
Monday, December 8, 2025
24.1 C
Bhubaneswar

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ଠାରୁ ସାରା ଭାରତରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। ଏବେ ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ।ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି। ଆଜି ଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ହେଲଥ ଆଇଡି ରହିବ। ଏହି କାର୍ଡ ସମ୍ପୂର୍ଣ୍ଣ ଡିଜିଟାଲ ହେବ ଯାହା ଆଧାରକାର୍ଡ ପରି ଦେଖାଯିବ। ଏହି କାର୍ଡରେ ଆପଣ ଏକ ନମ୍ବର ପାଇବେ। ଏହି ସଂଖ୍ୟା ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ। ଏହା ସେମାନଙ୍କର ହେଲଥ ଆକାଉଣ୍ଟ ଭାବେ କାମ କରିବ। ଏଥିରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ରେକର୍ଡ ରହିବ। ଏକ ମୋବାଇଲ ଆପ୍ଲିକେସନ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖାଯିବ।
ଆଜି ପ୍ରଧାନମନ୍ତ୍ରୀ ଏହି ମିଶନକୁ ଶୁଭାରମ୍ଭ କରି କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ। ଦେଶରେ ଗରିବ ଏବଂ ମଧ୍ୟମବର୍ଗୀୟ ଲୋକଙ୍କ ଚିକିତ୍ସାପାଇଁ ଏହି ଯୋଜନା ମୁଖ୍ୟ ଭୂମିକା ଗ୍ରହଣ କରିବ। ହେଲଥ ଆଇଡି ସାହାଯ୍ୟରେ ରୋଗୀ ଏବଂ ଡାକ୍ତର ନିଜ ରେକର୍ଡ ଯାଞ୍ଚ କରିବେ। ଏହାସହ ଏଥିରେ ଡାକ୍ତର,ନର୍ସ,ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ରେଜିଷ୍ଟ୍ରେସନ ମଧ୍ୟ ହେବ। ଏହା ହସ୍ପିଟାଲ, କ୍ଲିନକ ଓ ମେଡିକାଲ ଷ୍ଟୋର୍ସରେ ମଧ୍ୟ ରେଜିଷ୍ଟ୍ରେସନ ହେବ। ଏହି ଯୋଜନା ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories