www.samajalive.in
Saturday, December 6, 2025
26.1 C
Bhubaneswar

ଭଡା ଗାଡ଼ିରେ ନାଲିବତୀ ଲଗାଇ ବୁଲୁଛନ୍ତି ବେଗୁନିଆ ବିଡିଓ

ବେଗୁନିଆ : ସରକାର ଜନସାଧାରଣଙ୍କ ହିତ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଯୋଜନାଗୁଡିକ କାର୍ୟ୍ୟକାରୀ କରିବାରେ ବିଭାଗୀୟ ଅଧିକାରୀମାନେ କେତେ ତତ୍ପର ତାର ତଦାରଖ କରିବାକୁ କେହି ନାହିଁ । ସରକାର ଅଧିକାରୀମାନଙ୍କୁ ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର କାର୍ୟ୍ୟ କରିବା ପାଇଁ ନିର୍ଦେଶ ଦେଉଥିବାବେଳେ ବେଗୁନିଆ ବିଡ଼ିଓ ରଶ୍ମିରେଖା ଦାସ ସରକାରୀ ନିର୍ଦେଶକୁ ଖାତିର ନକରି ବ୍ଲକକୁ ମିଳିଥିବା ସରକାରୀ ଜିପ ନଚଢ଼ି ଏକ ନୂଆ ବୋଲେରୋ ଭଡା ଆଣି ସେଥିରେ ନାଲିବତୀ ଲଗାଇ ବୁଲୁଥିବାର ଦେଖିବାକୁ ମିଳୁଛି। ବୋଲେରୋ ସାମନା କାଚ ପଛପଟେ ପିଆର ଆଣ୍ଡ ଡିଡବ୍ଲ୍ୟୁ ଡିପାର୍ଟମେଣ୍ଟ, ଗଭର୍ଣ୍ଣମେଣ୍ଟ ଅଫ ଓଡିଶା, ବିଡିଓ ବେଗୁନିଆ ଲେଖାଥିବା ଏକ ନାଲି ବୋର୍ଡ଼ ମଧ୍ୟ ମରାଯାଇଛି । ଫଳରେ ଲୋକମାନେ ଭୟ କରି ତାଙ୍କ ପାଖକୁ ଯିବା ପାଇଁ ସାହସ କରୁନାହାନ୍ତି । ସବୁ ଅଧିକାରୀମାନେ ସେମାନଙ୍କର ସରକାରୀ ଗାଡ଼ିରେ ନାଲିବତୀ କିମ୍ବା ହଳଦିଆ ବତୀ ବ୍ୟବହାର କରିପାରିବେ ନାହିଁ ବୋଲି ସରକାର ନିର୍ଦେଶନାମା ଜାରି କରିଛନ୍ତି । କେଉଁ ସ୍ତରର ଅଧିକାରୀ କେଉଁ ସମୟରେ ନାଲି ବତୀ ଏବଂ ହଳଦିଆ ବତୀ ବ୍ୟବହାର କରିବେ ତାହା ମଧ୍ୟ ନିର୍ଦେଶନାମାରେ ଉଲ୍ଲେଖ ରହିଛି । ସେହି ନିର୍ଦେଶନାମା ଭିତରେ ବିଡ଼ିଓ ଏବଂ ତାଙ୍କ କାର୍ୟ୍ୟ ଆସୁ ନ ଥିବାବେଳେ ସେ କାହା ସାହସରେ ଭଡାଗାଡିରେ ନାଲିବତୀ ଲଗାଇ ବୁଲୁଛନ୍ତି ବୋଲି ସବୁଠାରେ ଆଲୋଚନା ହେଉଛି । ତାଙ୍କ ଉପରେ ଥିବା ଉଚ୍ଚ କର୍ତୃପକ୍ଷ କଣ ଏହା ଦେଖି ପାରୁନାହାନ୍ତି ନାଁ ସେମାନଙ୍କ ସୁରକ୍ଷା ଏବଂ ବାହୁଛାୟା ତଳେ ରହି ବିଡ଼ିଓ ଏପରି ବେପରୁଆ କାର୍ୟ୍ୟ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି । ସରକାରଙ୍କ ନିର୍ଦେଶ ଅନୁସାରେ ଆରଡିସି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟମାନେ ନାଲିବତୀ ବଦଳରେ ହଳଦିଆ ବତୀ ବ୍ୟବହାର କରିପାରିବେ । ଯେଉଁ ଅଧିକାରୀ ଜରୁରୀକାଳୀନ ଲ ଆଣ୍ଡ ଅର୍ଡର କାର୍ୟ୍ୟରେ ଥିବେ ସେମାନେ ମଧ୍ୟ୍ୟ ହଳଦିଆ ବତୀ ବ୍ୟବହାର କରିପାରିବେ । କିନ୍ତୁ ବିଡିଓ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ନୁହଁନ୍ତି ଯେ ସେ ଲ ଆଣ୍ଡ ଅର୍ଡର କାର୍ୟ୍ୟ କରିପାରିବେ । ତେଣୁ ସେ କେଉଁ ସାହସରେ ସରକାରୀ ଆଇନକୁ ଅବମାନନା କରି ଏକ ନୂଆ ଭଡା ବୋଲେରୋ ଗାଡ଼ିରେ ନାଲିବତୀ ମାରି ବୁଲୁଛନ୍ତି ତାର ନିରପେକ୍ଷ ତଦନ୍ତ କରାଯାଇ ତାଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି । ଗତ ୨୨ ତାରିଖ ଦିନ ସରକାର ବାହାର କରିଥିବା ବିଜ୍ଞପ୍ତି ପିଆରଆଇ-ଆର ଡି ଏମ୍-ଜି ଓ ଇ ଏ -ଏମ୍ ଆଇ ଏସ ସି-୦୦୪୭-୨୦୧୯-୨୯୧୨୮/ଆର ଆଣ୍ଡ ଡିଏମ ଅନୁସାରେ ବେଗୁନିଆ ବିଡ଼ିଓଙ୍କର ଜିଏ ଆଣ୍ଡ ପି ଜି ବିଭାଗକୁ ବଦଳି ହୋଇଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories