www.samajalive.in
Saturday, December 13, 2025
15.1 C
Bhubaneswar

କ୍ଷତିପୁରଣ ଦାବୀରେ ମୃତଦେହ ରଖି ରାସ୍ତା ଅବରୋଧ

କଲମପୁର : ଗତ ଅଗଷ୍ଟ ୨୯ ତାରିଖ ଦିନ ନିଜ ଚାଷ ଜମିକୁ ଏକ ସାଇକଲ ଯୋଗେ କିଛି ସାର ନେଇ ଯାଉଥିବା ବେଳେ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ରଣମାଲ ଗୁନଗୁନିଆ ମଝି ରାସ୍ତାରେ ଏକ ଅଜଣା କାର ଧକ୍କାରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇ ଥିଲେ ରଣାମଲ ଗ୍ରାମର ଶ୍ୟାମ ଦୁର୍ଗା(୪୭) । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ଆବସ୍ୟକିୟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଭୁବନେଶ୍ୱର ଏମସ୍‍କୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଏମସରେ ରୋଗୀକୁ ଆବଶ୍ୟକ ଥିବା ଆଇ.ସି.ୟୁ ବ୍ୟବସ୍ତା ନମିଳିବାରୁ ଭବନେଶ୍ୱ ସ୍ଥିତ ଶ୍ରୀ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଅତ୍ୟନ୍ତ ଗରୀବ ପରିବାରର ସଦସ୍ୟ ହେଇଥିବାରୁ ଚିକିତ୍ସା ସହାୟତା ପାଇଁ ଅନେକଙ୍କ ସହଯୋଗ ମାଗିଥିଲେ ମଧ୍ୟ ଆବଶ୍ୟକ ସମୟରେ ଚିକିତ୍ସା ପାଇଁ ଅର୍ଥର ଅଭାବ ଥିଲା। ଏଭଳିସ୍ଥିତିରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା ଦାିଇତ୍ୱରେ ଥିବା ଡାକ୍ତର ଘୋଷଣା କରିଥିଲେ। ମୃତକର ଶବ ରଣମାଲ ଗାଁ ଠାରେ ପହଞ୍ଚିବା ପରେ ମୃତକର ପରିବାର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଅସନ୍ତୋଷକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ ମୃତକର ଶବକୁ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ରଣାମଲ ନିକଟରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତା ଦେଇ ଯାନ ବାହାନ ଚଳାଚଳ ଠପ୍‍ ହୋଇଯାଇଥିଲା। ଏହି କାରଣରୁ ବହୁ ଲୋକ ହଇରାଣ ହରକତ ହେଇଥିଲେ। ଏଭଳି ଏକ ଦୁର୍ଘଟଣା ଘଟି ଜଣକର ଜୀବନ ହାନୀ ହେଇ ସାରିଥିଲେ ମଧ୍ୟ ଅଜଣା ଗାଡିକୁ ଠାବ କରିବାରେ ପୁଲିସ ପ୍ରଶାସନ ବିଫଳ ହେବା ଘଟଣାକୁ ଲୋକେ ନିନ୍ଦା କରିଥିଲେ।  ତୁରନ୍ତ ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହ ଯୋଗ୍ୟତା ଭିତିରେ ମୃତକର ଝିଅକୁ ସରକାରୀ ଚାକିରୀ ପ୍ରଦାନ ପାଇଁ ଦାବୀ କରିଥିଲେ। ଘଟଣାସ୍ଥଳରେ ଜୟପାଟଣା ତହସିଲଦାର ମନୋଜ କୁମାର ପାଢୀ ପହଞ୍ଚି ସରକାରୀ ନିୟମ ମୁତାବକ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories