www.samajalive.in
Saturday, December 13, 2025
15.1 C
Bhubaneswar

ଗୁଳି ଫୁଟେଇ, ଲଙ୍କା ଗୁଣ୍ଡ ଛିଞ୍ଚି ଲୁଟିନେଲେ ଦେଢ଼ ଲକ୍ଷ

ସୋର: ବୁଧବାର ଅପରାହ୍‍ଣରେ ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ନଦୀଗାଁ ସରଶଙ୍ଖ ମହାନାଳ ପୋଲ ନିକଟରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ପିପୁଲସ୍‍ ଫୋରମ ଡିସିବି ବ୍ୟାଙ୍କ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖାଲି ସେତିକି ନୁହେଁ ସ୍କୁଟି ଡିକି ଚାବି ଖୋଲି ମନିପର୍ସ, ଡିଏଲ୍‍ ଓ ଦେଢ଼ହଜାର ଟଙ୍କା, ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି। ଅଭିଯୋଗ ପାଇବା ପରେ ସୋର ପୁଲିସ ତଦନ୍ତ ଆରମ୍ଭ କରିଛି।
ସୋର-କୁପାରୀ ରାସ୍ତାରେ ଡିସିବି ବ୍ୟାଙ୍କ ସୋର ଶାଖାର କର୍ମଚାରୀ ଚଣ୍ଡୀଖୋଲ ଅଞ୍ଚଳର ନରେନ୍ଦ୍ର ପୃଷ୍ଟିଙ୍କ ପୁତ୍ର ଆଲୋକ କୁମାର ପୃଷ୍ଟି ଖଇରା ଦେଉଳି ଓ ଅନ୍ୟ କେତେକ ସ୍ଥାନରୁ କମ୍ପାନୀର ଦେଢ଼ ଲକ୍ଷ ଟଙ୍କା ଆଦାୟ କରି ତାଙ୍କ ସ୍କୁଟି ଓଡି-୦୪ଏଫ୭୦୧୨ ସୋର ଫେରୁଥିଲେ। ତାଙ୍କୁ ଅନୁସରଣ କରି ଏକ ସ୍ପେଣ୍ଡରରେ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ନଦୀଗାଁ-ସରଶଙ୍ଖ ରାସ୍ତା ମଝିରେ ମହାନାଳ ପୋଲ ନିକଟରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଥିଲେ। ଭୟରେ ଆଲୋକ ସ୍କୁଟି ସହିତ ପଡ଼ି ଯିବା ଫଳରେ ତାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ବ୍ୟାଗ ସହିତ ଟଙ୍କା ଛଡ଼ାଇ ନେଇଥିଲେ। ସ୍କୁଟିରୁ ଚାବି ଆଣି ଡିକି ଖୋଲି ସେଥିରେ ଥିବା ମନିପର୍ସ, ଡିଏଲ୍‍, ଦେଢ଼ ହଜାର ଟଙ୍କା ଓ ମୋବାଇଲ ନେଇ ସୋର ଆଡ଼କୁ ପଳାଇ ଆସିଥିଲେ। ଖବର ପାଇ ସୋର ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ଆଲୋକ ଓ ଅଫିସ କର୍ମଚାରୀ ସୋର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୁଲିସ୍‍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦିନ ଦ୍ୱିପ୍ରହରେ ସୋର ଅଞ୍ଚଳରେ ଗୁଳି ଚାଳନା, ଛିନତାଇ, ରାହାଜାନି ଓ ଡକାୟତି ଭଳି ଘଟଣା ବଢିବାରେ ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛି। ଅନ୍ୟପକ୍ଷେ କୌଣସି ଘଟଣାରେ ଜଣେ ହେଲେ ବି ଲୁଟେରା ଧରାପଡ଼ି ନାହାନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories