ରାସ୍ତା ପାଲଟିଛି ମରଣ ଯନ୍ତା
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ମରଣ ଯନ୍ତା ପାଲଟିଛି । ପଲମା ଠାରୁ ଥେରୁବାଲି ପର୍ୟ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଛି । ତାହା କାର୍ୟ୍ୟ ସାରିବାର ୭ ମାସ ପରେ ସେଥିରୁ ପିଚୁ ବାହାରି ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି । ଏହାକୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଯେମିତି ଖାଲଖାମା ସେମିତି ହୋଇ ରହିଯାଉଛି । ଏହି ସ୍ଥାନରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି ।
ଏହି ରାସ୍ତାରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଓ ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଘରେ ।ଇ ବସ ଚଳାଚଳ କରୁଥିବା ବେଳେ ଦୁଇ ,ତିନି ଓ ଚାରି ଚକିଆ ଯାନବାହାନ ମଧ୍ୟ ଯାତାୟାତ କରୁଛି । ଏହି ରାସ୍ତାଟି ନିମ୍ନମାନର କରାଯାଇଥିବାରୁ ରାସ୍ତା ଅବସ୍ଥା ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତାକୁ ତୁରନ୍ତ ଭଲ ଭାବରେ ମରାମତି କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ର ନିଲାମ (ଟେଣ୍ଡର) କରାଯାଇଛି ।ଅଳ୍ପ ଦିନ ମଧ୍ୟରେ କାର୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।
Comments are closed.