www.samajalive.in
Monday, December 8, 2025
13.1 C
Bhubaneswar

ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କ ହେଲା ଲାଇ ଡିଟେକ୍‌ସନ ଟେଷ୍ଟ, ପଚରାଗଲା ପ୍ରାୟ ୧୦୦ ପ୍ରଶ୍ନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କଠାରୁ ସତ ଜାଣିବା ପାଇଁ ପୁଲିସ ପକ୍ଷରୁ ଘନ ଘନ ଜେରା କରାଯାଉଛି। ଆଜି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଆଜି ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି। ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଲାଇ ଡିଟେକ୍‌ସନ ଟେଷ୍ଟ କରାଯାଇଥିଲା। ଏହି ଲାଇ ଡିଟେକ୍‌ସନ ଟେଷ୍ଟରେ ତାଙ୍କୁ ପ୍ରାୟ ୧୦୦ଟି ପ୍ରଶ୍ନ ପ୍ରଚରା ଯାଇଛି ବୋଲି ଜଣାପଡ଼ିଛି।

 

- Advertisement -

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଲାଇ ଡିଟେକ୍ସନ ଟେଷ୍ଟ କରାଯିବାନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସେହିପରି ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟଙ୍କର ଲାଇ ଡିଟେକ୍‌ସନ ଟେଷ୍ଟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଡିଏଫଓ ସଂଗ୍ରାମ ବେହେରା ଏବଂ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭ କେତେ ସତ କହିଛନ୍ତି ଏବଂ କେତେ ମିଛ କହିଛନ୍ତି ତାହା ଜଣାପଡ଼ି ନାହିଁ। ଲାଇ ଡିଟେକ୍‌ସନ ଟେଷ୍ଟ ରିପୋର୍ଟ ଆସିବା ପରେ ଉଭୟଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ତାହା ଜଣାପଡ଼ିବ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories