www.samajalive.in
Monday, December 8, 2025
20.1 C
Bhubaneswar

ଋୁଷ ଓ ଆମେରିକା ଗସ୍ତରେ ଯିବେ ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ବିପିନ ରାୱତ ଆଗାମୀ କିଛି ସପ୍ତାହ ମଧ୍ୟରେ ଆମେରିକା ଓ ରୁଷ ଗସ୍ତରେ ଯିବେ। ଗସ୍ତ କାଳରେ ସିଡିଏସ ରାୱତ ଦୁଇ ଦେଶର ପ୍ରତିରକ୍ଷା ଅଧିକାରୀମାନଙ୍କୁ ଭେଟିବେ। ସୂଚନାଯୋଗ୍ୟ ଯେ ଏହି ଦୁଇ ରାଷ୍ଟ୍ରକୁ ଶ୍ରୀ ରାୱତଙ୍କ ଗସ୍ତ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଥିବାବେଳେ ସିଡିଏସ ରାୱତ ରୁଷ ଗସ୍ତରେ ଯିବେ। ତାଙ୍କର ରୁଷ ଗସ୍ତ କାଳରେ ଶ୍ରୀ ରାୱତ ସିଡିଏସ ପକ୍ଷରୁ ଆୟୋଜିତ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସର ଷଷ୍ଠ ସଂସ୍କରଣ ଦେଖିବାର ସୁଯୋଗ ପାଇବେ।
ଋୁଷରେ ଶ୍ରୀ ରାୱତ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ସଶସ୍ତ୍ର ବାହିନୀର ଅଧିକାରୀମାନଙ୍କୁ ଭେଟିବେ। ଏହାପରେ ଆମେରିକାର ଜଣେ ବରିଷ୍ଠ ସେନାଧିକାରୀଙ୍କ ଆମନ୍ତ୍ରଣକ୍ରମେ ସେଠାରୁ ଆମେରିକା ଗସ୍ତ କରିବେ। ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଏବଂ ଚାଇନା ସହିତ ସୀମା ବିବାଦ ଲାଗିରହିଥିବା ପରିପ୍ରେକ୍ଷୀରେ ସିଡିଏସଙ୍କର ଏହି ଦୁଇ ରାଷ୍ଟ୍ର ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories