www.samajalive.in
Thursday, December 11, 2025
14.1 C
Bhubaneswar

ଗୋଳନ୍ଥରା ସ୍ଥିତ ବିଦ୍ୟୁତ ଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ

ଗୋପାଳପୁର: ଗୋଳନ୍ଥରା ସ୍ଥିତ ବିଦ୍ୟୁତ ଖଣ୍ଡ କାର୍ଯ୍ୟାଳୟରେ ବିଶ୍ଵକର୍ମାଙ୍କ ପୂଜା ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ପୂଜାରେ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କର୍ତ୍ତାଭାବେ ରହିଥିବା ବେଳେ ପୂଜାପାଠ, କର୍ମ କାଣ୍ଡ ପାଠ କରିଥିଲେ ପଣ୍ଡିତ ବୁଲୁ ଶତପଥି। ନବ କିଶୋର ମୁଦୁଲି, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରକାଶ ଚୌଧୁରୀ, ଲିଙ୍ଗରାଜ ବେହେରା, କିରଣ ବେହେରା, ବିଶ୍ଵନାଥ ନାୟକ, ସମ୍ବାରୁ ଦାସ ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ପୂଜାରେ ସହଯୋଗ କରିଥିଲେ।

ସେହିପରି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ପଞ୍ଚମୁଖ ବିଶ୍ୱକର୍ମା ମନ୍ଦିର ଭାଲିଆଗଡ଼ ଘାଟିକାଳୁଆ ସ୍ଥିତ ମନ୍ଦିର ପରିସରରେ କୋଭିଡ ନିୟମ ଅନୁଯାୟୀ ଅଞ୍ଚଳରେ ଥିବା ବଢ଼େଇ କୁଳର ସମସ୍ତ ପରିବାର ଲୋକେ ଆସି ମନ୍ଦିର ପରିସରରେ ଉପସ୍ଥିତ ରହି ପୂଜା, ଦର୍ଶନ କରି ପ୍ରସାଦ ସେବନ କରିଥିଲେ। ଏଥିରେ କର୍ତ୍ତା ଭାବେ ତ୍ରିପତି ମହାରଣା ଯୋଗ ଦେଇ ଥିବା ବେଳେ କୁଳ ସମ୍ପାଦକ ମହେଶ୍ୱର ମହାରଣା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories