ଗୋପାଳପୁର: ଗୋପାଳପୁର ମା’ ମୁତ୍ୟାଲୁ ଆମା ୱେଲଫର ଅଟୋ ମାଲିକ ସଙ୍ଘ ପକ୍ଷରୁ ଧବଳେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି ଶଶୀ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଭାପତି ଗତ ବର୍ଷର ଆୟବ୍ୟୟ ବିବରଣୀ ପାଠ କରିବା ସହ ଚଳିତ ବର୍ଷ ୭ମ ନବରାତ୍ର ପୂଜା କିପରି ସୁରୁଖୁରରେ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ରଖି ପୂଜା କରିବାକୁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜେଶ ସେଠୀ, ସମ୍ପାଦକ ପ୍ରମୋଦ କୁମାର ବେହେରା, ସହ ସମ୍ପାଦକ ଇ.ସୁଦର୍ଶନ, କୋଷାଧ୍ୟକ୍ଷ ସୁମନ୍ତ କୁମାର ମଣ୍ଡଳ ଓ ଏସ.ରବି ଙ୍କ ସମେତ ପ୍ରାୟ ୮୦ ଜଣ ଅଟୋ ମାଲିକ ଉପସ୍ଥିତ ଥିଲେ। ଶେଷରେ ଜୟସେନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



