www.samajalive.in
Wednesday, December 10, 2025
16.1 C
Bhubaneswar

ନୁସରତ ଜାହାନଙ୍କ ପୁଅ ଜନ୍ମ ପ୍ରମାଣପତ୍ରରେ ରହିଛି ବାପାଙ୍କ ନାଁ

କୋଲକାତା: ବ୍ୟବସାୟୀ ନିଖିଲ ଜୈନଙ୍କ ସହିତ ବିବାହ ସମ୍ପର୍କକୁ ଅସ୍ୱୀକାର କରି ଚର୍ଚ୍ଚାକୁ ଆସିଥିବା ଲୋକପ୍ରିୟ ବେଙ୍ଗଲି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ୍‍ ଗତ ଅଗଷ୍ଟ ୨୬ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉକ୍ତ ଶିଶୁ ପୁତ୍ରର ଜନ୍ମ ପ୍ରମାଣପତ୍ରରେ ତାହାର ବାପାଙ୍କ ନାମ ଉଲ୍ଲେଖ କରାଯାଇଛି। ତେବେ ସେଥିରେ ନିଖିଲଙ୍କ ନାମ ନାହିଁ। ପୁତ୍ର ସନ୍ତାନର ବାପା ଭାବରେ ବେଙ୍ଗଲି ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ରହିଛି। ପୂର୍ବରୁ ନୁସରତ ନିଜ ସନ୍ତାନର ବାପା କିଏ ତାହା ପ୍ରକାଶ କରିବାକୁ ମନା କରିଦେଇଥିଲେ। ଫଳରେ ସନ୍ତାନର ବାପା କିଏ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଜନ୍ମ ପ୍ରମାଣପତ୍ର ଜାରି କରାଯିବା ପରେ ସେଥିରେ ଶିଶୁର ନାମ ଯିଶାନ ଜେ ଦାସଗୁପ୍ତା ଏବଂ ତାର ବାପାଙ୍କ ନାମ ଦେବାଶିଷ ଦାସଗୁପ୍ତା ଲେଖାଯାଇଛି। ସୂଚନାଯୋଗ୍ୟ ଯେ ଦେବାଶିଷ ଦାସଗୁପ୍ତା ୟଶ୍‍ ଦାସଗୁପ୍ତା ଭାବରେ ମଧ୍ୟ ପରିଚିତ। ନୁସରତ କୋଲକାତାର ନିଓଟିଆ ହାସପାତାଳରୁ ପ୍ରସବ ପରବର୍ତ୍ତୀ ସମୟରେ ଘରକୁ ଫେରିବା ସମୟରେ ୟଶ୍‍ ନବଜାତକକୁ ଧରି ତାଙ୍କ ସହିତ ଆସୁଥିବା ଦେଖିବାକୁ ମିଳିଥିଲା।

ପୂର୍ବରୁ ଯେତେଥର ତାଙ୍କୁ ପୁଅର ବାପାଙ୍କ ନାମ ସମ୍ପର୍କରେ ପଚରାଯାଇଥିଲା ସବୁଥର ଏହି ତୃଣମୂଳ କଂଗ୍ରେସ ସାଂସଦ ଏହାକୁ ଏଡାଇଯିବା ସହିତ ଏଭଳି ପ୍ରଶ୍ନ ପଚାରି ଜଣେ ମହିଳାଙ୍କ ଚରିତ୍ରରେ କଳାଦାଗ ଲଗାଯାଉଥିବା ଅଭିଯୋଗ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସନ୍ତାନର ବାପା କିଏ ସେକଥା ବାପା ଜାଣନ୍ତି ଏବଂ ସେମାନେ ଶିଶୁର ପିତା ମାତା ଭାବରେ ଆନନ୍ଦରେ ସମୟ ଅତିବାହିତ କରୁଛନ୍ତି। ସୂଚନାଯୋଗ୍ୟ ଯେ ୟଶ୍‍ ଦାସଗୁପ୍ତା ଭାଜପାର ଜଣେ ସଦସ୍ୟ ଏବଂ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ଚଣ୍ଡିତାଲା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଛନ୍ତି। ୨୦୧୯ରେ ନୁସରତ ଜାହାନ୍‍ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। କିନ୍ତୁ ଭାରତୀୟ ଆଇନ ଅନୁଯାୟୀ ଉକ୍ତ ବିବାହ ବୈଧ ନୁହେଁ ବୋଲି କହି ନୁସରତ ଉକ୍ତ ବିବାହକୁ ଚଳିତ ବର୍ଷ ପ୍ରଥମ ଭାଗରେ ଅସ୍ୱୀକାର କରି ଚର୍ଚ୍ଚାକୁ ଆସିଥିଲେ। ସେମାନଙ୍କର ବିବାହ ପଞ୍ଜିକରଣ କରିବାକୁ ନିଖିଲ ଯେତେଥର କହିଥିଲେ ମଧ୍ୟ ନୁସରତ ତାହାକୁ ଏଡାଇ ଯାଇଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କ ତୁଟିଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories