ପ୍ରବଳ ଜନ ଗହଳି ଭିତରେ ମାଁ ମାଣିକେଶ୍ୱରୀ ନବାନ୍ନ ଖାଇଲେ
ଭବାନୀପାଟଣା : ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ୧୬ ତାରିଖ ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ତିଥିରେ ଦିବା ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ଶହ ଶହ ଭକ୍ତଙ୍କ ଗହଣରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶଙ୍ଖ ବଜାଇ ମୁଖ୍ୟ ପୂଜାରୀ ବିଶିକେଶନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ପୂଜକ ମାନେ ପୂଜାର୍ଚ୍ଚନା କରିଥିଲେ। ନର୍ବାନ୍ନ ଦିନରେ ମାଣିକେଶ୍ୱରୀଙ୍କ ଦର୍ଶନ ପାଇଁ ୧୬ ତାରିଖ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂର୍ବରୁ ମାଁଙ୍କ ଠାରେ ନର୍ବାହ୍ନ ଭୋଗ ସରିବା ପରେ ଜନସାଧାରଣଙ୍କୁ ମାଁ ଙ୍କ ନବାନ୍ନ ଭୋଗ ଦିଆଯିବାର ବ୍ୟବସ୍ଥା ରହିଥିଲା। ମାଁ ଙ୍କ ଠାରୁ ନବାନ୍ନ ଭୋଗ ଟିକିଏ ପାଇବା ପାଇଁ ସକାଳୁ ମନ୍ଦିର ସମ୍ମୁଖରେ ଲମ୍ବାଧାଡି ହୋଇଥିଲା। ଏହି ଭିଡ କଳାହାଣ୍ଡି ଇତିହାସର ପ୍ରଥମ ଘଟଣା ଅଟେ। ଯାହା ଦୀର୍ଘ ଲମ୍ବା ଲାଇନ୍ ଲଗାଇ ଭକ୍ତ ମାନେ ମାଁ ଙ୍କ ଦର୍ଶନ ଓ ଭୋଗ ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଏହି ଲାଇନ୍ ମୁଖ୍ୟ ରାସ୍ତାରେ ଲମ୍ବିଯିବା ଫଳରେ ଗାଡି ମଟର ଯିବା ଆସିବାରେ ନାହିଁ ନଥିବା ବ୍ୟାଘାତ ସୃଷ୍ଟି ହୋଇଥିଲା। ଭକ୍ତମାନେ ମାଁଙ୍କ ଦର୍ଶନ ଓ ଭୋଗ ଟିକେ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଫୁ କରି ଉଡାଇ ଦେଇଥିବା ଦେଖାଯାଇଛି।
Comments are closed.