www.samajalive.in
Friday, December 12, 2025
19.1 C
Bhubaneswar

ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି। ମଙ୍ଗଳବାର ଏଥିନେଇ ଆଶଙ୍କା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ଏକ ସଭାରେ ଉଦ୍‌ବୋଧନ ଦେଇ ସେ କହିଲେ ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରି ଆତଙ୍କବାଦୀ ପୁରୀରେ କୌଣସି ଅରାଜକତା କରିବା ସମ୍ଭାବନାକୁ ଉପେକ୍ଷା କରିହେବ ନାହିଁ। ୨୮ବର୍ଷ ତଳୁ ଆତଙ୍କବାଦୀମାନେ ଶ୍ରୀମନ୍ଦିରକୁ ନଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏ ସମ୍ପର୍କରେ ସେ ପୁରୀ ଜିଲାପାଳଙ୍କୁ ଜଣାଇଥିବା ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।

ସେ କହିଲେ ଆଗାମୀ ସାଢ଼େ ୩ବର୍ଷ ମଧ୍ୟରେ ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ। ହିନ୍ଦୁ ଶୋଇଥିବାରୁ ଜାଣି ପାରୁନାହାନ୍ତି ସେମାନଙ୍କ ମୁଣ୍ଡ ଉପରେ କାଳ ବୁଲୁଛି। ତେଣୁ ହିନ୍ଦୁମାନେ ଜାଗ୍ରତ ହେବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ମୁମ୍ବଇର ତାଜ୍‌ ହୋଟେଲ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ସେ କହିଲେ ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ନହେବା ପର୍ଯ୍ୟନ୍ତ ତାଙ୍କ ଉଦ୍ୟମ ଅବ୍ୟାହତ ରହିବ। ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କର ଏହି ଅଭିଯାନ ନିଶ୍ଚିତ ସଫଳ ହେବ। ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ କରାଯିବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

- Advertisement -

ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପ୍ରାନ୍ତୀୟ ପରିଷଦ ବୈଠକ ମଙ୍ଗଳବାର ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଛି। ଶଙ୍କରାଚାର୍ଯ୍ୟ ଶ୍ରୀ ସରସ୍ବତୀ ତାହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଆଦିତ୍ୟ ବାହିନୀ ଅନ୍ତରାଷ୍ଟ୍ରୀୟ ସଂଯୋଜକ ହୃଷିକେଶ ବ୍ରହ୍ମଚାରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେମନ୍ତ ଦାଶ, ରାଷ୍ଟ୍ରୀୟ ମହାସଚିବ ମାତୃପ୍ରସାଦ ମିଶ୍ର, ପୀଠ ପରିଷଦ ପ୍ରାନ୍ତୀୟ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ, ଆଦିତ୍ୟ ବାହିନୀ ପ୍ରାନ୍ତୀୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏବଂ ମହାସଚିବ ଶୁଭେନ୍ଦୁ ଶେଖର ସ୍ବାଇଁ, ସଂଗଠନ ସଚିବ ନୀଳାମ୍ବର ଶତପଥୀ, ରଘୁନାଥ ମହାନ୍ତି, ତିରୁପତି ମହାନ୍ତି ଓ ବରୁଣ ସାହୁ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories