www.samajalive.in
Friday, December 12, 2025
19.1 C
Bhubaneswar

ୱେବ ପୋର୍ଟାଲ ସାମ୍ବାଦିକାଙ୍କ ଜାମିନ ଖାରଜ

ଭୁବନେଶ୍ବର: ଦୁଇଜଣ ବ୍ୟବସାୟୀଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ନିର୍ଯାତନା ଦେବା ଅଭିେଯାଗରେ ନନ୍ଦନକାନନ ପୁଲିସ ଏକ ୱେବ ପୋର୍ଟାଲର ସାମ୍ବାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଲାଇଭ କଳିଙ୍ଗ ୱେବ୍‌ ଚାନେଲ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସାମ୍ବାଦିକା ଗୁଡୁ ଓରଫ୍ ପ୍ରିୟମ୍ବଦା ନାୟକ, ଫଟୋ ଉତ୍ତୋଳନକାରୀ ସାହିଲ ଓରଫ୍ ସୟଦ ଆଜନାମ ଅଲ୍ଲୀ ଓ ସନ୍ତୁ ଓରଫ୍ ଅବିନାଶ ପାତ୍ରଙ୍କ ଜାମିନ୍‌ ଆବେଦନକୁ ବୁଧବାର ଅତିରିକ୍ତ ଦୌରାଜଜ ମିନାକ୍ଷୀ ଦାସ ଖାରଜ୍‌ କରିଦେଇଛନ୍ତି। ସାମ୍ବାଦିକା ପ୍ରିୟମ୍ବଦା ଜଣେ ଭଲ ଶିକ୍ଷାର୍ଥୀ ଥିବା ନେଇ ଅଦାଲତରେ ତାଙ୍କୁ ଜାମିନ୍ ଦେବା ଲାଗି ଆବେଦନ କରାଯାଇଥିଲା।

ତେବେ ୱେବ୍‌ ପୋର୍ଟାଲ୍‌ ମାଧ୍ୟମରେ ସେ ଏବଂ ତାଙ୍କର ସହଯୋଗୀ ଦାଦାବଟି ଆଦାୟ କରୁଥିଲେ। ଏପରିକି ଅପହରଣ କରି ନିର୍ଯାତନା ଦେବା ଭଳି ସଙ୍ଗିନ ଅପରାଧରେ ସମ୍ପୃକ୍ତ ଥିବା ନେଇ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ୱେବ୍‌ ପୋର୍ଟାଲ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗଠାରୁ ଅନୁମତି ନିଆଯାଇ ନ ଥିବା ଜଣାପଡ଼ିଛି। କେବଳ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଏକ ଫଟୋ ଉତ୍ତୋଳନକାରୀ ଶିଳ୍ପ ଭାବେ ଅନୁମତି ନିଆଯାଇ ଖବର ପ୍ରସାରଣ ଭଳି ଅପରାଧ କରାଯାଉଥବା ସରକାରୀ ଆଇନଜୀବୀ ଡ. ସୁରେଶଚନ୍ଦ୍ର ବାରିକ୍‌ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟପକ୍ଷ ଯୁକ୍ତି ଶୁଣିବା ପରେ ୩ଜଣଙ୍କ ଜାମିନ୍‌ ଆବେଦନକୁ ଅତିରିକ୍ତ ଦୌରାଜଜ୍‌ ଖାରଜ୍‌ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories