www.samajalive.in
Saturday, December 13, 2025
26.1 C
Bhubaneswar

ଭାଙ୍ଗିଗଲା ବନ୍ଧ; ବୁଡିଗଲା ଗାଁ

ନୀଳଗିରି: ତିନିଦିନ ଧରି ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବାଲେଶ୍ବର ଜିଲା ଅଧୀନ ନୀଳଗିରି ବ୍ଲକର ଗୋଟିଏ ଗାଁ ବୁଡ଼ି ଯାଇଛି। ମହିଷାପଟ୍ଟା ପଞ୍ଚାୟତର ଡେମ୍ବୁରୁଘାଟି ଗାଁ ପୂର୍ବ ମୁଣ୍ଡରେ ଥିବା ଜାମୁଝର ବନ୍ଧ ଦୁର୍ବଳ ଥିବାରୁ ନିକଟସ୍ଥ ସ୍ୱର୍ଣ୍ଣଚୂଡ଼ ପର୍ବତ ପାଣି ପ୍ରଖର ସ୍ରୋତରେ ଆସି ବନ୍ଧ ଭାଙ୍ଗି ଯାଇଛି। ତଳିଆ ଅଞ୍ଚଳରେ ଥିବା ସୁନୀ ସିଂ, ରାନୀ ସିଂ, ଡମ୍ବାରୀ ସିଂ, ସମ୍ବାରି ସିଂ ପ୍ରମୁଖଙ୍କ ଘର ଭାଙ୍ଗି ଯାଇଛି।

ହଠାତ ଘର ଭିତରେ ପାଣି ପଶି ଯିବା ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଘରର ସମସ୍ତ ଆସବାବପତ୍ର ପାଣି ସ୍ରୋତରେ ଭାସି ଯାଇଛି। ଜଳବନ୍ଦୀ ହୋଇ ଲୋକମାନେ ହୀନସ୍ତା ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବିପନ୍ନ ପରିବାରକୁ ଉଦ୍ଧାର କରି ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ଏକାଧିକ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି। ସେପଟେ ସୋନ ନଦୀରେ ପାଣି ଉଛୁଳି ବହୁ ଗାଁ ଜଳମଗ୍ନ ହୋଇ ପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories